କପି ରୋକିବ ଜିଲ୍ଲାସ୍ତରୀୟ ସ୍କ୍ବାଡ୍ । ରାଜ୍ୟରେ ଆଗକୁ ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । କପି ରୋକିବାକୁ ଜିଲ୍ଲାସ୍ତରୀୟ ସ୍କ୍ଵାର୍ଡ ଗଠନ ହେବ । ବଡ଼ ଜିଲ୍ଲାରେ ୨ଟି ଓ ଛୋଟ ଜିଲ୍ଲାରେ ଗୋଟିଏ ରହିବେ ସ୍କ୍ୱାଡ୍ । ଉକ୍ତ ଟିମ୍ ପରୀକ୍ଷା ପରିଚାଳନା ଉପରେ ନଜର ରଖାଯିବ ବୋଲି ସୂଚନା ଦେଇଛନ୍ତି ସିଏଚଏସଇ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ପରିଡା। ସେ କହିଛନ୍ତି ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡ ଦ୍ୱାରା ପରୀକ୍ଷା ପରିଚାଳନା ସହଜ ହେବ । ସମସ୍ତ ଖର୍ଚ୍ଚ ସିଏଚଏସଇ ବହନ କରିବ । ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟ ଯେପରି ପରୀକ୍ଷା ପରିଚାଳନାରେ ରହିବେ ନାହିଁ, ସେଥିପ୍ରତି ଦୃଷ୍ଟି ଦିଆଯିବ। ଏହା ସହିତ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି କ୍ୟାମେରା ଲଗାଯିବାକୁ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଏଆଇ କ୍ୟାମେରା ପରୀକ୍ଷାର୍ଥୀଙ୍କ ଉପରେ କଡ଼ା ନଜର ରଖୁଛି। ଏହି ସମସ୍ତ ବ୍ୟବସ୍ଥା ହେବା ସତ୍ତ୍ୱେ ବର୍ତ୍ତମାନ ସିଏଚଏସଇ ପକ୍ଷରୁ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଗଠନ ପାଇଁ ପ୍ରସ୍ତୁତି ଚାଲିଛି। Post navigation ରାସନ କାର୍ଡ ଡେଡଲାଇନ୍: ୩୧ ଜାନୁଆରି ସୁଦ୍ଧା ଇ-କେୱାଇସି ଜରୁରୀ ସହଦେବ ନାୟକ ହତ୍ୟା ମାମଲାରେ ସିନ ରିକ୍ରିଏସନ କଲା ପୋଲିସ