ଚିକିଟି ମଦ ମୃତ୍ୟୁ ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି। ଗିରିଶୋଲା ଷ୍ଟେସନରୁ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଗିରଫ କରିଛି କ.ନୂଆଗାଁ ପୋଲିସ। ମାଉନ୍ଦପୁରର ପୂର୍ଣ୍ଣଚନ୍ଦ୍ର ଦେଶୀ ମଦ କାରବାର କରୁଥିଲା। ଟ୍ରେନ୍‌ରେ ବେଙ୍ଗାଲୁରୁ ଯିବା ବେଳେ ମୋବାଇଲ୍ ଟ୍ରାକ୍ କରି ଧରିଲା ପୋଲିସ। ଦେଶୀ ମଦ ପିଇ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଏବେ ସୁଦ୍ଧା ୧୦ ଜଣ ଗିରଫ ହୋଇଛନ୍ତି।

ବଢୁଛି ବେଆଇନ ମଦ କାରବାର। କେବଳ ଗାଁ ଗହଳି ନୁହେଁ, ସହରରେ ମଧ୍ୟ ନକଲି ଓ ବିଷାକ୍ତ କାରବାର ଚାଲିଛି। ଏହାଦ୍ୱାରା ଅନେକଙ୍କ ଜୀବନ ଯାଉଛି। ତେବେ ଚିକିଟି ମଦମୃତ୍ୟୁ ପରେ ସରକାର ଆକ୍ସନ ମୋଡ଼କୁ ଆସିଥିବାବେଳେ ଅବକାରୀ ବିଭାଗ ଚଢ଼ଉ ଜାରି ରଖିଛି।

Leave a Reply

Your email address will not be published. Required fields are marked *