ମୁଖ୍ୟ ଶାସନ ସଚିବ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକର ‘ତିଖିରି ଗ୍ରାମପଞ୍ଚାୟତ’ ପାଇଁ ଏକ ସାମାଜିକ ସମୀକ୍ଷା (Social Audit) ର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ପୂର୍ବତନ ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ସ୍ୱାଗତ କରିଛନ୍ତି।ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁ ମହଲରେ ପ୍ରଶଂସା କରାଯାଉଥିବା ବେଳେ, ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ସ୍ୱାଗତ କରିବା ସହ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X ରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ, ତିଖିରି ଗ୍ରାମପଞ୍ଚାୟତର ସାମାଜିକ ସମୀକ୍ଷା କରିବା ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ । କିନ୍ତୁ ପ୍ରଶ୍ନ ଉଠୁଛି ଯେ ଏହି ସମୀକ୍ଷା କେବଳ ଗୋଟିଏ ପଞ୍ଚାୟତ ପାଇଁ ସୀମିତ କାହିଁକି? ମହାକାଳପଡ଼ା ବ୍ଲକର ଅନ୍ତର୍ଗତ ଥିବା ବାକି ସମସ୍ତ ଗ୍ରାମପଞ୍ଚାୟତ ଗୁଡ଼ିକରେ ଏଭଳି ସମୀକ୍ଷା କରାଯିବ ନାହିଁ କାହିଁକି? ପ୍ରଶାସନିକ ସ୍ତରରେ ଯେତେବେଳେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଟାର୍ଗେଟ୍ କରି ଯାଞ୍ଚ କରାଯାଏ, ସେତେବେଳେ ସାଧାରଣରେ ଅନେକ ସନ୍ଦେହ ସୃଷ୍ଟି ହୁଏ । ଯଦି ସ୍ବଚ୍ଛତା ଆଣିବା ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ, ତେବେ ସମଗ୍ର ବ୍ଲକ ବା ଜିଲ୍ଲାର ସମସ୍ତ ପଞ୍ଚାୟତରେ ଏହି ନିୟମ ଲାଗୁ ହେବା ଆବଶ୍ୟକା Post navigation Telegram App Ban: ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ Manmohan Samal addresses Press Meet on President, PM’s upcoming Odisha Visit