ଆଜି ଦୁଇ ଦିନ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ଜନ୍ମମାଟିକୁ ଗସ୍ତ। ପ୍ରଥମେ ଘଟଗାଁରେ ମା’ ତାରିଣୀଙ୍କୁ ଦର୍ଶନ କରିବେ। ପରେ କେନ୍ଦୁଝରରେ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି ନିଜ ଗାଁ ରାଇକଳା ଯିବେ ଶ୍ରୀ ମାଝୀ। ପରେ ଏକ ରୋଡ଼ ଶୋ’ରେ ଚର୍ଚ୍ଚ ଛକ, ଜେଲ ରୋଡ଼, ଗାନ୍ଧୀ ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଲାବଣ୍ୟ ଛକ ଓ ନୂଆ କୋର୍ଟ ଦେଇ ଅପରାହ୍ନ ୫.୧୦ ରେ କେନ୍ଦୁଝର ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇ ସେଠାରେ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ। କେନ୍ଦୁଝର ସର୍କିଟ ହାଉସରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି।

୨୪ ତାରିଖ ସକାଳୁ କେନ୍ଦୁଝର ରିଜର୍ଭ ପୋଲିସ ପଡ଼ିଆରୁ ପୂର୍ବାହ୍ନ ୧୦.୧୫ରେ ହେଲିକପ୍ଟର ଯୋଗେ ବାହାରି ନିଜ ଗାଁ ରାଇକଳା ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ଏକ ରୋଡ଼ ଶୋ’ରେ ଝୁମ୍ପୁରା ଦୁର୍ଗା ପଡିଆକୁ ଯାଇ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମ ରହିଛି। ପରେ ରାଇ।କଳାସ୍ଥିତ ବାସଭବନକୁ ଯାଇ ମଦ୍ଧ୍ୟାହ୍ନ ଭୋଜନ କରିବେ। ଅପରାହ୍ନ ୩ଟାରେ ରାଇକଳାସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟକୁ ଯିବେ। ଅପରାହ୍ନ ୪.୨୫ରେ ରାଇକଳା ଅସ୍ଥାୟୀ ହେଲିପ୍ୟାଡକୁ ଫେରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ।

Leave a Reply

Your email address will not be published. Required fields are marked *