୨୪ ବର୍ଷ ରହିଥିବା ପୂର୍ବ ସରକାର ୫-ଟି ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ପୂର୍ବରୁ ୫-ଟି ନାଁ ରେ ଯେଉଁ ସ୍ମାର୍ଟ ସ୍କୁଲ କରାଯାଇଥିଲା ସେଥିରେ କୌଣସି ସଫଳତା ମିଳିନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଗୁରୁଦିବସରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବଦ୍ଧନା ସମାରୋହରେ ଯୋଗଦେଇ ପୂର୍ବସରକାର କରିଥିବା ସ୍ମାର୍ଟ ସ୍କୁଲକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ୫-ଟି ସ୍କୁଲର ଶିକ୍ଷା ବ୍ୟବସ୍ଥା ନିମ୍ନମାନର ରହିଛି । ସ୍କୁଲରେ ପିଲାଙ୍କୁ ମିଶାଣ ଫେଡ଼ାଣ ଆସୁନାହିଁ । ପିଲା ହାଇସ୍କୁଲ ଗଲାବେଳକୁ ତଳ ଶ୍ରେଣୀର ପାଠ ଜାଣୁନାହାନ୍ତି । ସେତେବେଳେ ବିରୋଧୀ ଦଳରେ ଥିଲି, ମୋ କଥା ସରକାର ଶୁଣି ନଥିଲେ ।

ଅନ୍ୟପଟେ ପ୍ରତି ପଞ୍ଚାୟତରେ ମଡେଲ ସ୍କୁଲ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାର ପ୍ରଥମ ଶିକ୍ଷା ମନ୍ତ୍ରୀ ଗୋଦାବରୀଶ ମିଶ୍ରଙ୍କ ନାଁରେ ହେବ ସ୍କୁଲର ନାମକରଣ ।ଏଥିରେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବ । ଆସନ୍ତା ୩ ମାସରେ ୧୬ ହଜାର ୧୦ ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ଦିଆଯିବ । ଚଳିତ ଆର୍ଥିକ ବର୍ଷରେ ୨୭ ହଜାର ୧୯୭ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *