ପୁରୀ ବଡ଼ଦାଣ୍ଡରେ ଜାରି କରିଛି ରଥଟଣା । ମାଉସୀ ଘର ଅଭିମୁଖେ ବାହାରିଛି ତିନି ରଥ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କର ରଥ ଟଣା ଆରମ୍ଭ ହୋଇ ଶରଧାବାଲି ଅଭିମୁଖେ ଗଡିଥିଲା । ମରୀଚକୋଟ ଛକ ପାଖରେ ରହିଛି ବଳଭଦ୍ରଙ୍କ ରଥ । ଏହା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭକ୍ତମାନେ ଟାଣି ନେଉଛନ୍ତି । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ତାଳଧ୍ବଜ ପରେ ସୁଭଦ୍ରାଙ୍କ ଦେବଦଳନ ରଥ ଟାଣିଲେ ଭକ୍ତ । ଶ୍ରୀନଅର ପାଖରେ ସୁଭଦ୍ରାଙ୍କ ଦେବଦଳନ ରଥ । ଏହା ସହ କିଛିବାଟ ଆଗେଇଛି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି ।

୯ ଦିନ ପାଇଁ ବଡ ଦେଉଳ ଛାଡି ମାଉସୀ ଘରକୁ ଗହଳ ଲଗାଇବା ପାଇଁ ଯାଉଛନ୍ତି ତିନି ଠାକୁର । ପ୍ରଥମେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁନାର ଖଡ଼ିକାରେ ଛେରାପହଁରା କରିଥିଲେ । ଏହା ପରେ ରଥରେ ଘୋଡ଼ା ଯୋଚା ଯାଇଥିଲା। ଚାରମାଳ ଫିଟା ସରିବା ପରେ ବଡ ଠାକୁରଙ୍କ ରଥ ଗଡିଥିଲା । ରଥ ଉପରେ ଚତୁର୍ଦ୍ଧା ମୂରତିଙ୍କୁ ଦେଖିବା ପାଇଁ କାହିଁ କେଉଁ ଆଡୁ ଭକ୍ତଙ୍କ ସୁଅ ଝୁଟୁଛି ।

Leave a Reply

Your email address will not be published. Required fields are marked *