ରାଜଧାନୀରେ ଗତକାଲି ମହିଳାଙ୍କୁ ଅପହରଣ ପରେ ୧ କୋଟି ଟଙ୍କାର ମୁଣ୍ଡ ଜାମିନ ରଖିଥିବା ନେଇ ଥାନାରେ ଅଭିଯୋଗ ମାମଲାରେ ବେଳେ ଆଜି ଭୋରରୁ ଚନ୍ଦକା ଆପାର୍ଟମେଣ୍ଟରୁ ଅପହୃତା ମହିଳାଙ୍କୁ ଉଦ୍ଧାର କରିଛି ଚନ୍ଦକା ପୋଲିସ ।

ସୂଚନା ମୁତାବକ, ଚନ୍ଦକା ଥାନା ଅଞ୍ଚଳରୁ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ମନ୍ଦିର ଯିବାବେଳେ ଅପହରଣ କରାଯାଇ ୧ କୋଟି ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ । ତାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକଙ୍କୁ ଫୋନ୍ କଲ ଆସିବା ସହ କୋଟିଏ ଟଙ୍କା ଅପହରଣକାରୀ ମାଗିଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ ମହିଳାଙ୍କ ବାପା । ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଥିବା ନେଇ ଚନ୍ଦକା ଥାନା ଆଇଆଇସି ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *