ଏଥର ଲଗାଣ ବର୍ଷାରେ ଭିଜିବ ସାରା ରାଜ୍ୟ । ଗୋଟିଏ ନୁହେଁ ଲଗାତର ୩ଟି ଲଘୁଚାପ ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ । ସେ କହିଛନ୍ତି ଗୋଟିଏ ସୃଷ୍ଟି ହୋଇଛି, ୨୬ ବେଳକୁ ଦ୍ବିତୀୟ, ୨୯ ବେଳକୁ ୩ୟ ଲଘୁଚାପ ସମ୍ଭାବନା ରହିଛି । ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବେଶୀ ଘନୀଭୂତ ହୋଇ ନ ପାରେ । ତଥାପି ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ଅଧିକ ବର୍ଷା ହୋଇପାରେ ।

ସେହିପରି ୨୬ ଓ ୨୭ ବେଳକୁ ଯେଉଁ ସିଷ୍ଟମ ସୃଷ୍ଟି ହେବ ଅଧିକ ଘନୀଭୂତ ସମ୍ଭାବନା । ପ୍ରଥମଟିର ବେଶୀ ପ୍ରଭାବ ନ ପଡ଼ିପାରେ କିନ୍ତୁ ଦ୍ବିତୀୟର ପ୍ରଭାବ ବେଶୀ ରହିବ ଓ ମାତ୍ର ୩ଟି ଲଘୁଚାପ ନେଇ IMD ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । 

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ନେଇ ଆଲର୍ଟରେ ପ୍ରଶାସନ ରହିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ମ ସମସ୍ତ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ନେଇ ଆମେରିକାର ଏକ ସଂସ୍ଥା ଆକଳନ କରୁଛି । କିନ୍ତୁ ଭାରତୀୟ ପାଣିପାଗ ସଂସ୍ଥା ଏଯାଏଁ କେବଳ ବର୍ଷା ଆକଳନ କରିଛି । ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ସମ୍ଭାବନା ରହିଛି।  ଦକ୍ଷିଣ ଓଡ଼ିଶାରେ ରେଡ୍ ଓ ଉପକୂଳରେ ଅରେଞ୍ଜ ଆଲର୍ଟ ରହିଛି ।

ସୂଚନା ଯୋଗ୍ୟ; ଆଜି ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଆଜିଠୁ ଆସନ୍ତା ୫ରୁ ୭ ଦିନ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷାରୁ ନିସ୍ତାର ନାହିଁ। ଏହାକୁ ଦୃଷ୍ଟିରେ ରଖି ୨୦ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ପୁଣି ଆଉ ୨ ଟି ଲଘୁଚାପ ସମ୍ଭାବନା ଥିବା ସତର୍କ କରାଇଛି ପାଣିପାଗ ବିଭାଗ।

Leave a Reply

Your email address will not be published. Required fields are marked *