ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଶୁକ୍ରବାର ପ୍ରବଳ ହିମସ୍ଖଳନ ପରେ ଉଦ୍ଧାର ହୋଇଥିବା ସୀମା ସଡ଼କ ସଂଗଠନ (ବିଆରଓ)ର ୫୦ ଜଣ ଶ୍ରମିକଙ୍କ ମଧ୍ୟରୁ ୪ ଜଣଙ୍କର ଶନିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଉଦ୍ଧାର କରାଯିବାପରେ ସେମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ୫ ଜଣ ଶ୍ରମିକ ନିଖୋଜ ଥିବାରୁ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଶ୍ରମିକ ମାନେ ମାନାରୁ ମାନା ପାସ୍ ପର୍ଯ୍ୟନ୍ତ ୫୦ କିଲୋମିଟର ରାଜପଥ ପ୍ରଶସ୍ତ ଏବଂ ପିଚୁ କାର୍ଯ୍ୟରେ ନିୟୋଜିତ କମ୍ପାନୀର କର୍ମଚାରୀ ଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ମାନାରେ ବରଫ ଅତଡା ଧସିବା କାରଣରୁ ବିଆରଓ କ୍ୟାମ୍ପ କ୍ଷତିଗ୍ରସ୍ତ ହୋଇଛି । ନିଜେ ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉଦ୍ଧାର ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି । Post navigation ଅପରିବର୍ତ୍ତିତ ରହିଲା ଇଫିଏଫଓ ସୁଧହାର ଦିଲ୍ଲୀରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ମିଳିବନି ପେଟ୍ରୋଲ୍