କଟକର ଅନ୍ୟତମ ପୁରାତନ ସ୍କୁଲ ତଥା ନାରୀ ଶିକ୍ଷାର ଅଗ୍ରଣୀ ଅନୁଷ୍ଠାନ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ପୁନଃ ବିକାଶ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଶିକ୍ଷା ମନ୍ତ୍ରଣାଳୟର ‘ଷ୍ଟାର୍ସ ‘ପ୍ରକଳ୍ପ ଅଧୀନରେ ୨୦୨୪-୨୫ ବର୍ଷ ପାଇଁ ୮୬.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ନୂଆ ସ୍କୁଲ ଭବନ ପାଇଁ ୧୪ କୋଟି, ନୂଆ ହଷ୍ଟେଲ ପାଇଁ ୨୦.୭ କୋଟି, ସଭାଗୃହ ପାଇଁ ୧୦ କୋଟି, ସ୍କୁଲ ବିଲଡିଂ ପାଇଁ ୫.୧୨ କୋଟି ଖର୍ଚ୍ଚ କରାଯିବ । ସେହିପରି ବିଦ୍ୟାଳୟ ଚତୁଃପାର୍ଶ୍ୱର ବିକାଶ ପାଇଁ ୬.୯୩ କୋଟି ଏବଂ ସ୍କୁଲ ଭବନର ନବୀକରଣ ପାଇଁ ୩.୩୨ କୋଟି ଅର୍ଥ ଖର୍ଚ୍ଚ କରାଯିବ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗୀତାରେ ଏହି ସ୍କୁଲର ବିକାଶ ଓ ନବୀକରଣ ହେବ । Post navigation ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ୱରରେ ନୋ ଫ୍ଲାଇଂ ଜୋନ୍ ଘୋଷଣା ସମ୍ବଲପୁର ଥଇଥାନ କେନ୍ଦ୍ରରେ ନିର୍ଯାତନା; ସଂପାଦକଙ୍କୁ ଗିରଫ ନିର୍ଦ୍ଦେଶ