ଓଡ଼ିଶାରେ ଉପୁଜିଥିବା ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ବଡ଼ ସହାୟତାର ହାତ ବଢ଼ାଇଛନ୍ତି। ରାଜ୍ୟରେ ବନ୍ୟା ସ୍ଥିତିକୁ ସୁଧାରିବା ଏବଂ ପ୍ରଭାବିତଙ୍କୁ ସହଯୋଗ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (State Disaster Response Fund-SDRF) ଅଧୀନରେ ଦ୍ୱିତୀୟ କିସ୍ତି ଭାବେ ଏହି ରାଶି ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଜଳ ପ୍ରଳୟ ଯୋଗୁଁ ପ୍ରାୟ ୧୫ଟି ଜିଲ୍ଲା ଗମ୍ଭୀର ଭାବେ ପ୍ରଭାବିତ ହୋଇଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ ବଣ୍ଟନକୁ ତ୍ୱରାନ୍ୱିତ କରିବା ଦିଗରେ ଏହି କେନ୍ଦ୍ରୀୟ ସହାୟତା ବେଶ୍ ସହାୟକ ହେବ। ସୂଚନା ଅନୁଯାୟୀ; ଶନିବାର କେନ୍ଦ୍ର ସରକାର ୭ଟି ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ ମୋଟ ୨,୧୧୭.୮୫ କୋଟି ଟଙ୍କାର ଅଗ୍ରୀମ ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି। ୭ ଟି ବନ୍ୟା ପ୍ରଭାବିତ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(SDRF)ଙ୍କୁ ପ୍ରଥମ କିସ୍ତି କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଥିବା ବେଳେ ହିମାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ ଓ ଓଡ଼ିଶାକୁ ଦ୍ୱିତୀୟ କିସ୍ତି ଅର୍ଥରାଶି ମଞ୍ଜୁର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଏଥିରେ ଓଡିଶାକୁ ୫୦୦ କୋଟି ଟଙ୍କା ମିଲିଥିବା ବେଳେ ଗୁଜରାଟକୁ ୫୦୦ କୋଟି ଟଙ୍କା, ମହାରାଷ୍ଟ୍ରକୁ ୫୦୦ କୋଟି ଟଙ୍କା, ଆସାମକୁ ୩୭୯.୩୫ କୋଟି ଟଙ୍କା, ହିମାଚଳ ପ୍ରଦେଶକୁ ୧୯୩.୯୫ କୋଟି ଟଙ୍କା ଏବଂ ଅରୁଣାଚଳ ପ୍ରଦେଶକୁ ୪୪.୫୫ କୋଟି ଟଙ୍କା ଏବଂ ନାଗାଲାଣ୍ଡ ଏସଡିଆରଏଫ୍ ଅଧୀନରେ ଦ୍ୱିତୀୟ କିସ୍ତି ମଞ୍ଜୁର ହୋଇଛି । Post navigation PMAY-U Bandhu Yojana: ସହରରେ ଗରିବଙ୍କ ପାଇଁ ଘର ଦେବେ ସରକାର