ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ ଯୋଜନା ଅଧୀନରେ ଓଡ଼ିଶା ସମେତ ତିନୋଟି ରାଜ୍ୟ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଆଜି କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମିତି ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ ଯୋଜନା ଅଧୀନରେ ଛତିଶଗଡ଼, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଇଁ ୭୨୫.୬୨ କୋଟି ଟଙ୍କାର ତିନୋଟି ପ୍ରକଳ୍ପକୁ ସୋମବାର କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏହି ସମିତି ଛତିଶଗଡ଼ ପାଇଁ ୧୪୭.୭୬ କୋଟି ଟଙ୍କା, ଓଡ଼ିଶା ପାଇଁ ୨୦୧.୧୦ କୋଟି ଟଙ୍କା ଏବଂ ପଶ୍ଚିମବଙ୍ଗ ପାଇଁ ୩୭୬.୭୬ କୋଟି ଟଙ୍କା ମଂଜୁର କରିଛି । କେନ୍ଦ୍ର ସରକାର ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର ବିସ୍ତାର ଏବଂ ଆଧୁନିକୀକରଣ ଯୋଜନା ଲାଗି ଏନଡିଆରଏଫ ଅଧୀନରେ ୫୦୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏଥିପୂର୍ବରୁ ୧୫ଟି ରାଜ୍ୟ ନିମନ୍ତେ ୨୫୪୨.୧୨ କୋଟି ଟଙ୍କାର ମୋଟ୍ ପରିବ୍ୟୟ ପ୍ରସ୍ତାବକୁ ମଂଜୁର କରାଯାଇସାରିଛି। ଚଳିତ ବର୍ଷ ରାଜ୍ୟଗୁଡ଼ିକୁ ୨୧ ହଜାର ୨୬ କୋଟି ଟଙ୍କାର ଅର୍ଥରାଶି ପୂର୍ବରୁ ଆବଣ୍ଟନ କରାଯାଇଥିବା ବେଳେ ସେଥିରୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ରୁ ୨୬ଟି ରାଜ୍ୟକୁ ୧୪ ହଜାର ୮୭୮ କୋଟି ୪୦ ଲକ୍ଷ ଟଙ୍କା, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଆରଏଫ)ରୁ ୧୫ଟି ରାଜ୍ୟକୁ ୪,୬୩୭ କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏସଡିଏମଏଫ)ରୁ ୧୧ଟି ରାଜ୍ୟକୁ ୧୩୮୫ କୋଟି ୪୫ ଲକ୍ଷ ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏନଡିଏମଏଫ)ରୁ ତିନୋଟି ରାଜ୍ୟକୁ ୧୨୪ କୋଟି ୯୩ ଲକ୍ଷ ଟଙ୍କା ସାମିଲ ରହିଛି। Post navigation ମଣିପୁର ର ଜିରିବାମ ଜିଲ୍ଲା ରେ ୧୧ ସନ୍ଦିଗ୍ଧ ଆତଙ୍କବାଦୀ ନିହତ ଓଡିଶା ରେ ଖୁବ ଶୀଘ୍ର ନୂଆ ମହିଳା କମିଶନର ନିଯୁକ୍ତି ନେଇ ପ୍ରଭାତୀ ପରିଡା ଙ୍କ ସୂଚନା