ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ କେନ୍ଦ୍ରର ଚିଠି । ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପିଏସ ଶ୍ରୀବାସ୍ତବ । ଘଟଣାକୁ ଗୁରୁତ୍ବର ସହ ନେଇ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ ରହିଛି । ସବୁ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନି ନିରାପତ୍ତା ପ୍ରଟୋକଲ ପାଇଁ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲର ଅଗ୍ନି ନିର୍ବାପନ ବ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛି। ଅଗ୍ନି ନିରାପତ୍ତା ପ୍ରସ୍ତୁତି ଓ ମୁକାବିଲା ସମୀକ୍ଷା କରିବାକୁ ଚିଠି ଲେଖାଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଗଠନ କରିବାକୁ ପରାମର୍ଶ ଦିଆଯାଇଛି । ନିୟମ ଉଲ୍ଲଂଘନ କରିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି । ସୂଚନା ଯୋଗ୍ୟ ନିକଟରେ ଉତ୍ତରପ୍ରଦେଶର ଝାନ୍ସି ମେଡିକାଲ କଲେଜର ଶିଶୁ ୱାର୍ଡରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଥିଲେ । ତେବେ ଏହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଥିବା ବେଳେ ଏବେ ଜାଣିବାକୁ ମିଳିଛି ଯେ ହସ୍ବିଟାଲ୍ରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଅକାମୀ ହୋଇ ପଡ଼ିଥିଲା । Post navigation ୨୦୪୭ ସୁଦ୍ଧା ରାଜ୍ୟର ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ରଖିଛନ୍ତି ରାଜ୍ୟସରକାର ବଦଳି ପୋଷ୍ଟିଂ ପାଇଁ ଚାପ ପକାଉଛି କିଏ ?