ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା । ଏ ନେଇ ସୂଚନା ଦେଇଛନ୍ତି ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ । ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ପରେ ସୂଚନା । ସେ କହିଛନ୍ତି ଓଡ଼ିଶାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ଏପ୍ରିଲରୁ ଆରମ୍ଭ ହେବ ଏବଂ ୨୦୨୭ ଫେବୃଆରୀରେ ହେବ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା ହେବ।

ଗତ ଛଅ ମାସ ଧରି ରାଜ୍ୟରେ ଜନଗଣନା ପାଇଁ ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱର ଏବଂ କଟକରେ ପରୀକ୍ଷାମୂଳକ ଭାବରେ ଏହା ସମାପ୍ତ ହୋଇସାରିଛି। ଗଣନା ପାଇଁ ନୂତନ ଭାବରେ ଘୋଷିତ NAC ଏବଂ ପୌର ସୀମା ମଧ୍ୟ ଚୂଡ଼ାନ୍ତ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବପତ୍ର ଗଣନା ହେବ । ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ହେବ ଜନଗଣନା । ଏଥିପାଇଁ ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ।  ଜଣେ ଚାହିଁଲେ ନିଜ ତଥ୍ୟ ୱେବସାଇଟରେ ପଞ୍ଜିକୃତ କରିପାରିବେ।  ନାଗରିକମାନେ ଏକ OTP-ଆଧାରିତ ମୋବାଇଲ୍ ଯାଞ୍ଚ ବ୍ୟବସ୍ଥା ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ବିବରଣୀ ଦାଖଲ କରି ଆତ୍ମ-ଗଣନା କରିବାର ବିକଳ୍ପ ମଧ୍ୟ ପାଇବେ। ଜନଗଣନା କାର୍ଯ୍ୟର ପ୍ରାୟ ୯୦ ପ୍ରତିଶତ ଅନଲାଇନରେ କରାଯିବ, କର୍ତ୍ତୃପକ୍ଷ ତଥ୍ୟ ସଂଗ୍ରହରେ ୧୦୦ ପ୍ରତିଶତ ସଠିକତା ପାଇଁ ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *