ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ମାର୍ଚ୍ଚ ୯, ୧୦ ଏବଂ ୧୧ ତାରିଖରେ ହେବାକୁ ଥିବା ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛି । ସ୍ଥଗିତ ପରୀକ୍ଷା ମାର୍ଚ୍ଚ ୧୨ ତାରିଖରେ ହେବ କି ନାହିଁ, ତାହା ନେଇ ଆସନ୍ତା ୧୦ ତାରିଖରେ ନିଷ୍ପତ୍ତି ନିଆଯିବ ବୋଲି CBSE କହିଛି । ସ୍ଥଗିତ ରଖାଯାଇଥିବା ପରୀକ୍ଷା ମଧ୍ୟପ୍ରାଚ୍ୟର ବାହାରିନ, ଇରାନ, କୁଏତ, ଓମାନ, କତାର, ସାଉଦି ଆରବ ଏବଂ UAEରେ ଅନୁଷ୍ଠିତ ହେବାକୁ ଥିଲା । ନୂତନ ପରୀକ୍ଷା ତାରିଖ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି CBSE କହିଛି । କହିରଖୁଛୁ ଯେ, ୭ଟି ଦେଶରେ CBSE ଦଶମ ଶ୍ରେଣୀ ପରୀକ୍ଷାକୁ ଗତକାଲି ବାତିଲ କରିଦିଆଯାଇଛି । ବାହରିନ୍, ଇରାନ, କୁଏତ, ଓମାନ, କତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଦେଶରେ ଏହି ନିୟମ ଲାଗୁ ହେବ । ୭ ମାର୍ଚ୍ଚରୁ ୧୧ ମାର୍ଚ୍ଚ ୨୦୨୬ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ ହୋଇଛି । Post navigation Subhadra Yojana: ଆସନ୍ତାକାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା Class X Students Drown in Kolab: କୋରାପୁଟ ନବୋଦୟ ବିଦ୍ୟାଳୟର ୩ ଦଶମ ଶ୍ରେଣୀ ଛାତ୍ର ପାଣିରେ ବୁଡ଼ି ମୃତ