ଆଜିଠୁ ଆରମ୍ଭ ହୋଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା । ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୯ ଯାଏଁ ଚାଲିବ । ଚଳିତବର୍ଷ ଭାରତ ସମେତ ୨୬ଟି ଦେଶର ୩୧ହଜାରରୁ ଅଧିକ ବିଦ୍ୟାଳୟର ୪୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ଦେଶ ଓ ଦେଶ ବାହାରେ ୮,୦୭୪ଟି ପରୀକ୍ଷା କେନ୍ଦ୍ର ହୋଇଛି । ଓଡ଼ିଶାରେ ଦଶମ ଶ୍ରେଣୀରେ ୬୦ ହଜାର ଓ ଦ୍ୱାଦଶ ଶ୍ରେଣୀରେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ପରୀକ୍ଷା ପ୍ରତିଦିନ ପୂର୍ବାହ୍ଣ ୧୦ଟା ୩୦ରୁ ଆରମ୍ଭ ହେବ। ପରୀକ୍ଷାର୍ଥୀଙ୍କୁ ପୂର୍ବାହ୍ଣ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି । ଆଜି ଦଶମ ଶ୍ରେଣୀ ପରୀକ୍ଷା ଗଣିତ ବିଷୟରେ ଆରମ୍ଭ ହେଉଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶାରୀରିକ ଶିକ୍ଷା ବିଷୟରେ ଆରମ୍ଭ ହେଉଛି । ଦଶମରେ ପ୍ରଥମ ବୋର୍ଡ ପରୀକ୍ଷା ବାଧ୍ୟତାମୂଳକ ବୋଲି ସିବିଏସ୍ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଏଥର ସିବିଏସ୍ଇ ପକ୍ଷରୁ ଦଶମ ଶ୍ରେଣୀରେ ଦୁଇଟି ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଅନ୍-ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ହୋଇଛି । Post navigation Odisha Assembly Budget Session: ବିଧାନସଭା ବଜେଟ ଅଧିବେଶନ ପାଇଁ ବିଜେପି ବିଧାୟକ ଦଳ ବୈଠକ Newborn Girl Rescued: ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣା, ନବଜାତ କନ୍ୟା ଉଦ୍ଧାର