ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଥିବା ଲାଇବ୍ରେରୀ ସାଇନ୍ସ ବିଭାଗର ଫାକଲ୍ଟି ମୁଖ୍ୟ ପ୍ରଫେସର ଡ. ବୁଲୁ ମହାରଣାଙ୍କ ଘରେ ସିବିଆଇ । ବୁର୍ଲା ଜ୍ୟୋତିବିହାର ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଲା ସିବିଆଇ। ନାକ୍ ରେଟିଂରେ ଲାଞ୍ଚ ମାମଲାର ଖୋଳତାଡ଼ ପାଇଁ ପହଞ୍ଚିଲା ସିବିଆଇ । ଘରୋଇ ବିଶ୍ବବିଦ୍ୟାଳୟର ରେଟିଂ ପାଇଁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି ପ୍ରଫେସର ବୁଲୁ ମହାରଣା । ସୂଚନା ଯୋଗ୍ୟ; ନାକ୍ ରେଟିଂ ପାଇଁ ଲାଞ୍ଚ ମାମଲାରେ ସିବିଆଇ ସମ୍ବଲରପୁର ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କ ସମେତ ୧୦ଜଣଙ୍କୁ ଗିରଫ କରିଛି। ଶିକ୍ଷାନୁଷ୍ଠାନର ଅଧୂକାରୀ ଓ ନାକ୍ ଟିମ୍ ସଦସ୍ୟଙ୍କ ନାମରେ ଏନେଇ ମାମଲା ରୁଜୁ ହୋଇଛି। ପୂରା ଟିମକୁ ଅଟକାଇ ଛାନବିନ କରୁଛି ସିବିଆଇ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ୱାଦେଶ୍ବରମ୍ ନାମକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ଦିଆଯାଇ ଥିବା ଅଭିଯୋଗ ହୋଇଥିଲା। ସେହି ଅଭିଯୋଗ ଆଧାରରେ ଗତକାଲି ଦେଶର ୧୦ଟି ବିଶ୍ବ ବିଦ୍ୟାଳୟରେ ଛାନ୍ଭିନ୍ କରିଥିଲେ ସିବିଆଇ। ସେହି ଲିଙ୍କ ସମ୍ବଲପୁରରେ ମିଳିବା ପରେ ପ୍ରଫେସର ଡ.ବୁଲୁ ମହାରଣାଙ୍କ ଘରେ ସିବିଆଇ ଖୋଳତାଡ଼ କରିଛି। ପ୍ରଫେସର ବୁଲୁ ମହାରଣାଙ୍କୁ ଗିରଫ କରିବା ପରେ ସିବିଆଇ ଅଧିକାରୀମାନେ ଶନିବାର ରାତିରେ ସମ୍ବଲପୁର ବୁର୍ଲା ଜ୍ୟୋତିବିହାରସ୍ଥିତ ତାଙ୍କ ସରକାରୀ ବାସଭବନ (କ୍ୱାର୍ଟର୍ସ ନଂ.୫) ସମ୍ମୁଖରେ ନୋଟିସ୍ ଲଗାଇ ସିଲ୍ କରିଥିଲେ। Post navigation ବେଆଇନ ଭାରତୀୟ ପ୍ରବାସୀଙ୍କୁ ପଠାଇଲା ଆମେରିକା ପୋଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ