ପୋଲିସ ସବ୍-ଇନ୍ସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ନେଇ ଖୋଳତାଡ଼ କରୁଛି ସିବିଆଇ । ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ ୪ ଜଣଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଅଧିକାରୀ ମାରାଥନ୍ ଜେରା କରିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ପରୀକ୍ଷାର୍ଥୀ । ତେବେ ଆଉ ଜଣକ କିଏ, ତାହା ସ୍ପଷ୍ଟ ହୋଇପାରିନାହିଁ। ପାଖାପାଖି ସାଢେ ୮ ଘଣ୍ଟା ସେମାନଙ୍କୁ CBI ଜେରା କରିଥିଲା । ସୂତ୍ର ଅନୁଯାୟୀ ୧୦ ଜଣଙ୍କୁ ସମନ କରାଯାଇଥିଲା, କିନ୍ତୁ ମାତ୍ର ଚାରି ଜଣ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହୋଇଥିଲେ । ସୂଚନାଯୋଗ୍ୟ, ପୋଲିସ SI ପରୀକ୍ଷା କେଳେଙ୍କାରୀ ନେଇ ଏହି ଦୁର୍ନୀତି ମାମଲା ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପିଥିବା ନେଇ ସନ୍ଦେହ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ ସୁପାରିଶ କରିଥିଲେ । Post navigation World’s First Black Tiger Safari: ମୟୂରଭଞ୍ଜରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ