ଦିନକୁ ଦିନ ସମସ୍ୟା ଭିତରେ ପଶି ଯାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଏବେ ତାଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରିଛି ସିବିଆଇ । ସିବିଆଇ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହେବା ପରେ କେଜ୍‌ରିୱାଲଙ୍କ କୋର୍ଟରୁ ନ୍ୟାୟିକ ହେପାଜତ ମାଗିଥିଲା। ରାଉଜ ଏଭେନ୍ୟୁ କୋର୍ଟରୁ ରିମାଣ୍ଡ ଅନୁମତି ମିଳିଛି । କେଜ୍‌ରିୱାଲଙ୍କୁ ୩ ଦିନ ପାଇଁ ସିବିଆଇ ହେପାଜତକୁ ପଠାଇଛି କୋର୍ଟ।

ବୁଧବାର ସକାଳେ ସିବିଆଇ ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଗିରଫ କରିଥିବା ବେଳେ କେଜ୍‌ରିୱାଲଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ଦାବି କରିଥିଲା। ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଥିଲା ଯେ ସିଏମଙ୍କୁ ପଚରାଉଚରା କରିବାର ଆବଶ୍ୟକତା ରହିଛି। ଏହି ମାମଲାରେ ପ୍ରମାଣ ଏବଂ ଅନ୍ୟ ଅଭିଯୁକ୍ତଙ୍କ ସହ କେଜ୍‌ରିଓ୍ବାଲ୍‌ଙ୍କ ମୁହାଁମୁହିଁ ହେବାର ଆବଶ୍ୟକତା ରହିଛି ବୋଲି ଅନୁସନ୍ଧାନକାରୀ ସଂସ୍ଥା କହିଛି। ତେଣୁ କେଜରିଓ୍ବାଲଙ୍କୁ ୩ଦିନିଆ ରିମାଣ୍ଡ ନେବାକୁ ସିବିଆଇକୁ ଅନୁମତି ଦେଲେ କୋର୍ଟ ।

ଅନ୍ୟପଟେ ସୋସିଆଲ ମିଡିଆ ପୋଷ୍ଟରେ ସୁନୀତା କହିଛନ୍ତି, ଏହା ଏକ ଆଇନ ନୁହେଁ। ଏହା ଏକଛତ୍ରବାଦୀ ଶାସନ ଏବଂ ଜରୁରିକାଳୀନ ପରିସ୍ଥିତି। ଅରବିନ୍ଦ କେଜ୍‌ରିୱାଲଙ୍କୁ ଜୁନ ୨୦ରେ ଜାମିନ ମିଳିଥିଲା। ସଙ୍ଗେ ସଙ୍ଗେ ଇଡି ଏହା ଉପରେ ଷ୍ଟେ ଲଗାଇଥିଲେ। ପରଦିନ ସିବିଆଇ ତାଙ୍କୁ ଅଭିଯୁକ୍ତ କରିଥିଲା ଏବଂ ଆଜି ତାଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *