ସମ୍ବଲପୁରରେ ସିବିଆଇ ସ୍କାନରରେ ନାକ୍ ଟିମ୍ ସଦସ୍ୟ।ନ୍ୟାସନାଲ ଆସେସ୍ମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ (ନାକ) ରେଟିଂ ଲାଞ୍ଚ ମାମଲାରେ ୧୦ଜଣ ଗିରଫ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବାକୁ ଲାଞ୍ଚ ଅଭିଯୋଗରେ ୧୦ଜଣଙ୍କୁ ଗିରଫ କରାଯାଇଥିବା ସୂଚନା। ୧୦ଜଣଙ୍କ ମଧ୍ୟରେ ସମ୍ବଲପୁରର ଜଣେ ପ୍ରଫେସର ରହିଥିବା ଜଣାପଡିଛି। ଏହା ପରେ ଜ୍ୟୋତିବିହାରରେ ଥିବା ସମ୍ପୃକ୍ତ ପ୍ରଫେସରଙ୍କ ବାସଭବନ ସିଲ ହୋଇଛି। ସିବିଆଇ ପକ୍ଷରୁ ଓଡ଼ିଶା ସମେତ ୨୦ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଶିକ୍ଷାନୁଷ୍ଠାନର ଅଧିକାରୀ ଓ ନାକ୍ ଟିମ୍ ସଦସ୍ୟଙ୍କ ନାମରେ ଏନେଇ ମାମଲା ରୁଜୁ ହୋଇଛି। ପୂରା ଟିମକୁ ଅଟକାଇ ଛାନବିନ କରୁଛି ସିବିଆଇ। ସିବିଆଇ ଏହି ଘଟଣାରେ ଓଡ଼ିଶା ସମେତ ୨୦ଟି ସ୍ଥାନରେ ଚଢ଼ାଉ କରିଥିବା ବେଳେ ଏପର୍ଯ୍ୟନ୍ତ ଚଢ଼ଉରୁ ନଗଦ ୩୭ଲକ୍ଷ ଟଙ୍କା, ୬ଟି ଲାପଟପ, ଆଇଫୋନ୍ ଆଦି ଜବତ କରାଯାଇଥିବା ଜଣାପଡିଛି। ଗିରଫ ବ୍ୟକ୍ତିମାନେ ହେଲେ ଜିପି ସାରଥୀ ଶର୍ମା ଭିସି କେଏଲଇଏଫ କୋନେରୁ, ରାଜା ହରିନ ଭାଇସ ପ୍ରେସିଡେଣ୍ଟ କେଏଲଇଏଫ, ଏ ରାମ କ୍ରିଷ୍ଣା, କେଏଲ୍ ୟୁନିଭର୍ସିଟି ହାଇଦ୍ରାବାଦ, ସମରେନ୍ଦ୍ର ନାଥ ସାହା ଭିସି ଚନ୍ଦ୍ରବଂଶୀ ବିଶ୍ୱବିଦ୍ୟାଳୟ ତଥା ଅଧ୍ୟକ୍ଷ ଏନ୍ଏଏସି ଇନ୍ସପେକ୍ସନ୍ କମିଟି ଗାୟତ୍ରୀ ଦେବରାଜା ସଦସ୍ୟ ନାକ୍ କମିଟି, ଡ.ବୁଲୁ ମହାରଣା ପ୍ରଫେସର ସମ୍ୱଲପୁର ବିଶ୍ୱବିଦ୍ୟାଳୟ, ସଦସ୍ୟ ନାକ୍ କମିଟି। Post navigation ୨୦୨୫-୨୬ କେନ୍ଦ୍ରୀୟ ବଜେଟ୍କୁ ଲୋକାଭିମୁଖୀ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଫେବୃଆରୀ ୮ ରେ ମହିଳାମାନଙ୍କୁ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା