ଦୁର୍ନୀତି ମାମଲାରେ କୋଲକାତା ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ। ଗିରଫ କରି ନିଜାମ ପ୍ୟାଲେସସ୍ଥିତ କାର୍ଯ୍ୟାଳୟକୁ ନେଲା ସିବିଆଇ। ଅଭୟା ଦୁଷ୍କର୍ମ ମାମଲାକୁ ନେଇ ଚର୍ଚ୍ଚାରେ ରହିଛି ଆର୍‌ଜି କର ହସ୍ପିଟାଲ୍‌। ପ୍ରକାଶ ଯେ, ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଛାନଭିନ ବେଳେ ଅର୍ଥନୈତିକ ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ସିବିଆଇ ସାନ୍ଦୀଙ୍କୁ ନିଜ କଷ୍ଟଡିକୁ ନେଇ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଥିଲା। ଏଥିସହ ସନ୍ଦୀପଙ୍କ ସମେତ ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ଉ ଜାରି ରଖିଥିଲା। ଆଜି ଏହି ଘଟଣାରେ ସନ୍ଦୀପଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *