Category: ରାଜ୍ୟ

ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ

ଚକ୍ରରାଜ ସୁଦର୍ଶନ ଓ ପ୍ରଭୁ ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଛି। ପଛରେ ଝୁଲି ଝୁଲି ଆସୁଛନ୍ତି ମହାବାହୁ ଶ୍ରୀଜଗନ୍ନାଥ। ଅପେକ୍ଷାରତ ଶ୍ରଦ୍ଧାଳୁ।

ରଥାରୂଢ଼ ପ୍ରଭୁ ବଳଭଦ୍ର

ଚକ୍ରରାଜ ସୁଦର୍ଶନଙ୍କ ପରେ ରଥାରୂଢ଼ ହେଲେ ପ୍ରଭୁ ବଳଭଦ୍ର। ଭାବବିହ୍ୱଳ ହୋଇଛନ୍ତି ଭକ୍ତ। ସବୁ ଅପେକ୍ଷାର ଅନ୍ତ ଘଟିଛି। ରଥଯାତ୍ରାରେ ସାମିଲ ହେବାର ସୌଭାଗ୍ୟ ପାଇ ଭକ୍ତ ଆଜି ଧନ୍ୟ।

ରଥକୁ ବିଜେ ହେଲେ ଚକ୍ରରାଜ ସୁଦର୍ଶନ

ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ଭକ୍ତ । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ ଅପେକ୍ଷା କରିଛି ତିନି ଠାକୁରଙ୍କୁ । ବଢୁଛି ଭକ୍ତଙ୍କ ଲାଗିଲାଣି ଗହଳି। ମହାପ୍ରଭୁଙ୍କୁ ଦର୍ଶନ କରିବେ ଶହ…

ପୁରୀ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି

ପୁରୀ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ।ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟରରେ ଯାଇ ପୁରୀ ତାଳବଣିଆଠାରେ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ଯାଇ ବଡ଼ଦାଣ୍ଡରେ ପହଞ୍ଚିବେ। ଏଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଶ୍ରୀମନ୍ଦିରର ସିଂହଦ୍ବାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ

ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରର ସିଂହଦ୍ୱାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ। ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରା କରିବେ। ଭକ୍ତଜନଙ୍କୁ ଉଦ୍ଧାରିବା ପାଇଁ ରତ୍ନଦେବି ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ…

୨୪ ବର୍ଷର ବିଜେଡି ସରକାର ଓ ୨୪ ଦିନର ବିଜେପି ସରକାରକୁ ଓଡ଼ିଶାବାସୀ ଭଲଭାବେ ପରଖୁଛନ୍ତି: ତେଜେଶ୍ୱର ପରିଡା

ନିର୍ବାଚନରେ ଓଡିଶାବାସୀଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହେବା ପରେ ବିଜେଡିର ନେତା ଓ ନେତ୍ରୀମାନେ ଆରମ୍ଭ କରିଦେଇଥିବା ପ୍ରଳାପ ଅତ୍ୟନ୍ତ ହାସ୍ୟାସ୍ପଦ ଓ ଦୁର୍ଭାଗ୍ୟଜନକ । ରାଜ୍ୟ ସଡକ ପରିବହନ ନିଗମର କ୍ଷତି ପାଇଁ ଦାୟୀ କିଏ? କେଉଁ ସରକାର ସମୟରେ ଓଏସ୍‌ଆରଟିସି…

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ପହଞ୍ଚିବା ପରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ…

ସାହସିକତା ପାଇଁ ଓଡ଼ିଆ ପୁଅଙ୍କୁ ସୌର୍ଯ୍ୟଚକ୍ର ସମ୍ମାନ

ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ଠାରେ ପ୍ରତିରକ୍ଷା ଅଳଙ୍କରଣ ସମାରୋହ ଆୟୋଜନ କରାଯାଇଥିଲା। ଏହି ସମାହାରରେ ସାହସିକତା ପାଇଁ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ସୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବର୍ତ୍ତମାନ ନୌସେନାରେ କାର୍ଯ୍ୟରତ ଅଛନ୍ତି ଲେଫ୍ଟନାଣ୍ଟ ବିମଳ…

ରଙ୍ଗ ବଦଳା ରାଜନୀତି ଛାଡି ଓଡିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କର: ବିଜେଡ଼ି

ଲକ୍ଷ୍ମୀ ବସର ରଙ୍ଗ ଓ ନାମ ବଦଳାଇବାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ବରିଷ୍ଠ ନେତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ…

ଆଜି ନୁହେଁ ରତ୍ନଭଣ୍ଡାର ଖୋଲିବା ନେଇ ୯ ତାରିଖରେ ନିଆଯିବ ନିଷ୍ପତ୍ତି: ଜଷ୍ଟିସ ବିଶ୍ବନାଥ ରଥ

ଆଜି ନୁହେଁ ଆସନ୍ତା ୯ରେ ହେବ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି । ଆଜିର ରତ୍ନଭଣ୍ଡାର କମିଟି ବୈଠକ ପରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା । ସେ କହିଛନ୍ତି ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି । ଅସ୍ଥାୟୀ ରତ୍ନଭଣ୍ଡାର…