ଦିଲ୍ଲୀ ହାଇକୋର୍ଟ ଜଜ୍ଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା । ଜଜ୍ ୟଶବନ୍ତ ବର୍ମାଙ୍କ ସରକାରୀ ଘରୁ ମିଳିଲା ଟଙ୍କା । ଘରେ ନିଆଁ ଲାଗିବାରୁ ଅଗ୍ନିଶମ ଟିମ୍ ଆସି ନିଆଁ ଲିଭାଇବା ବେଳେ ମିଳିଲା ବିପୁଳ ପରିମାଣର ଟଙ୍କା । ଯାହାକୁ ନେଇ ବର୍ତ୍ତମାନ ସୃଷ୍ଟି ହୋଇଛି ବିବାଦ । ଏହି ଘଟଣା ପରେ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଆକ୍ସନ ନିଆଯାଇଥିବା ସୂଚନା । ଜଷ୍ଟିସ୍ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ; ଦିଲ୍ଲୀ ହାଇକୋର୍ଟ ଜଜ୍ଙ୍କ ଘରେ ନିଆଁ ଲାଗିବାରୁ ଅଗ୍ନିଶମ ଟିମକୁ ଡାକିଥିଲେ ପରିବାର ଲୋକେ । ନିଆଁ ଲିଭାଇବା ବେଳେ ଗୋଟିଏ ରୁମରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଥିଲା । ଅଗ୍ନିକାଣ୍ତ ଓ ପୁଳାପୁଳା ଟଙ୍କା ଜବତ ବେଳେ ଘରେ ନଥିଲେ ଜଜ୍ । ଏତେ ମାତ୍ରାରେ ନଗଦ ଟଙ୍କା ଦେଖି ପୋଲିସ ଏବଂ ଅଗ୍ନିଶମ ବାହିନୀ ତାଜୁବ୍ ହୋଇଯାଇଥିଲେ। ଏହି ଖବର ପାଇବା ପରେ ତୁରନ୍ତ ସିଜେଇ ସଞ୍ଜିବ ଖାନ୍ନା ଏହି ମାମଲାକୁ ଗୁରୁତ୍ଵ ଦେଇ ତୁରନ୍ତ କଲେଜିୟମ୍ ବୈଠକ ଡାକିଥିଲେ । କଲେଜିୟମର ନିଷ୍ପତ୍ତି ଅନୁସାରେ ଜଷ୍ଟିସ୍ ବର୍ମାଙ୍କୁ ତୁରନ୍ତ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି । Post navigation ଚେନ୍ନାଇ ବୈଠକକୁ ଯିବେନି ନବୀନ; ଅମର-ସଞ୍ଜୟଙ୍କୁ କଲେ ମନୋନୀତ ବ୍ରହ୍ମପୁରରେ ବେଆଇନ ହୁକ୍କା ବାର୍ ଉପରେ ରେଡ୍