ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ୫ ହଜାର କଂଗ୍ରେସ କର୍ମୀଙ୍କ ନାଁରେ ରୁଜୁ ହେଲା ମାମଲା । ନାରୀ ନିର୍ଯାତନା ପ୍ରସଙ୍ଗ ଓ ନିଜ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରିବା ପ୍ରତିବାଦରେ ନିକଟରେ ବିଧାନସଭା ଘେରାଉ ଉଦ୍ୟମ ଅଭିଯୋଗରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ କଂଗ୍ରେସ ବିଧାୟକ ଓ ୫ ହଜାରରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ କମିଶନରେଟ୍ ।

ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଧାରା ୧୮୯(୨), ୧୯୧(୨), ୧୩୨, ୧୨୧(୧), ୩୨୪(୪), ୨୯୬, ୩୫୧(୨), ୧୯୦ ଏବଂ ଓଡିଶା ଅର୍ବାନ ପୋଲିସ ଆକ୍ଟ ୯୬ ଆଧାରରେ ଏହି ମାମଲା ରୁଜୁ ହୋଇଛି । ଏଫଆଇଆର ହୋଇଥିବା ନେତାଙ୍କ ମଧ୍ୟରେ ଭକ୍ତ ଚରଣ ଦାସଙ୍କ ସମେତ ତାଲିକାରେ ତାରା ପ୍ରସାଦ ବାହିନୀପତି, ରମେଶଚନ୍ଦ୍ର ଜେନା, ରାମଚନ୍ଦ୍ର କାଡାମ, ପବିତ୍ର ସାଉଣ୍ଟା, ସାଗର ଚରଣ ଦାସ, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ମଙ୍ଗୁ ଖିଲ, ସିଏସ ରାଜିନ ଏକ୍କା, ମହମ୍ମଦ ମୋକିମ, ସୁରେଶ ଚନ୍ଦ୍ର ରାଉତରାୟ ସାମିଲ ।

ସୂଚନାଯୋଗ୍ୟ, ନାରୀ ନିର୍ଯାତନା ପ୍ରସଙ୍ଗ ଓ ନିଜ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରିବା ମାର୍ଚ୍ଚ ୨୭ ତାରିଖ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ବିଧାନସଭା ଘେରାଉ ଉଦ୍ୟମ ଏବଂ ବିକ୍ଷୋଭ ପ୍ରଦର୍ଶନ ସମୟରେ ହିଂସାତ୍ମକ ଆନ୍ଦୋଳନ ଘଟିଥିଲା । ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା ।

Leave a Reply

Your email address will not be published. Required fields are marked *