ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ । ପୁରୀର ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରୁ ଖସିଲା ବୋଲେରୋ । ଗାଡ଼ି ପାର୍କିଂ ସମୟରେ ଗୋଟିଏ ମହଲାରୁ ତଳକୁ ଖସିଲା ବୋଲେରୋ। ଏହି ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି । ଆହତ ଡ୍ରାଇଭରଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଡ୍ରାଇଭର ଧାମରା ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

ଅନ୍ୟ ପଟେ ଭାଗ୍ୟବଶତଃ ଗାଡ଼ିରେ କୌଣସି ଯାତ୍ରୀ ନଥିଲେ । ଉପରମହଲାରୁ ତଳକୁ ଖସି ପଡ଼ିଥିଲା ବୋଲେରୋ । ତେବେ କିପରି ଗାଡ଼ିଟି ତଳକୁ ଖସି ପଡ଼ିଲା ତାହାକୁ ନେଇ ଟାଉନ ଥାନା ପୋଲିସ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *