ଆଜି ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ। ଦଳ ଭିତରେ ଆଭ୍ଯନ୍ତରୀଣ କନ୍ଦଳ କାରଣରୁ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଜଷ୍ଟିନ ହେଉଛନ୍ତି କାନାଡାର ୨୩ତମ ପ୍ରଧାନମନ୍ତ୍ରୀ । ଜଷ୍ଟିନ ୨୦୧୫ରୁ କାନାଡାର ପ୍ରଧାନମନ୍ତ୍ରୀ ଅଛନ୍ତି। ସେ ୨୦୧୩ରୁ ଲିବରାଲ ପାର୍ଟିର ନେତା ବି ଅଛନ୍ତି। କିଛି ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଭାରତ ଓ କାନାଡା ମଧ୍ଯରେ କୂଟନୈତିକ ତିକ୍ତତା ସୃଷ୍ଟି ହେବା ମୂଳରେ ତାଙ୍କୁ କେତେକ ମହଲ ଦାୟୀ କରିଆସୁଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ ଦୂତାବାସ ସ୍ତରରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ଭାରତ ନିଜର କେତେକ କୂଟନୀତିଜ୍ଞଙ୍କୁ ଫେରାଇ ଆଣିଥିଲା। ଗ୍ଲୋବ୍ ଆଣ୍ଡ୍ ମେଲ୍କୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଟ୍ରୁଡୋ କେବେ ଇସ୍ତଫା ଦେବେ ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ବୁଧବାର ଏକ ପ୍ରମୁଖ ଜାତୀୟ କକସ୍ ବୈଠକ ପୂର୍ବରୁ ଏହା ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ନୂଆ ନେତା ନିର୍ବାଚିତ ନ ହେବା ପର୍ଯ୍ୟନ୍ତ ଟ୍ରୁଡୋ ତୁରନ୍ତ ଇସ୍ତଫା ଦେବେ ନା ପ୍ରଧାନମନ୍ତ୍ରୀ ପଦରେ ରହିବେ ତାହା ସ୍ପଷ୍ଟ ହୋଇନାହିଁ। ଜଷ୍ଟିନ ଟ୍ରୁଡୋ ୨୦୧୩ରେ ଲିବରାଲ ନେତା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୫ରେ ପ୍ରଥମ ଥର ପାଇଁ ନିର୍ବାଚନରେ ଜିତି କାନାଡାରେ କ୍ଷମତାକୁ ଆସିଥିଲେ। ଏହା ପରେ ସେ ଲିବରାଲ୍ ପାର୍ଟିକୁ ୨୦୧୯ ଏବଂ ୨୦୨୧ ରେ ମଧ୍ୟ ଜିତାଇଥିଲେ । ଗତି କିଛି ମାସ ହେଲା ଶିଖ୍ ନେତାଙ୍କୁ ସମର୍ଥନ ତଥା ଭାରତ ବିରୋଧୀ ମତ ଲାଗି ଟ୍ରୁଡ୍ୟୁ ଚର୍ଚ୍ଚାକୁ ଆସିଥିଲେ। ଏପରିକି ଭାରତ ତାଙ୍କ ଦେଶର ନାଗରିକଙ୍କୁ ହତ୍ୟା କରୁଥିବା ନେଇ ମଧ୍ୟ ବିଶ୍ୱ ସମୁଦାୟକୁ ଜଣାଇଥିଲେ। ତେବେ ଭାରତକୁ ପ୍ରମାଣ ଦେବାରେ ଅସମର୍ଥ ହୋଇଥିଲା କାନାଡ଼ା। Post navigation ପାକିସ୍ତାନ ସେନା ଗାଡ଼ି ଉପରେ ଆତ୍ମଘାତୀ ହମଲା: ୪୭ ମୃତ ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ ଶାନମୁଗରତ୍ନମ୍