ସମବାୟ ବିଭାଗ ଭ୍ରାମ୍ୟାମାଣ ଏଟିଏମରେ ମଡ଼ଧୁଅ ବଡ଼ ଘୋଟାଲା ହୋଇଛି। କାର୍ଯ୍ୟକ୍ଷମ ହୋଇନପାରିବାରୁ ଏଟିଏମ୍‌ ପାଇଁ ୮ କୋଟି ପାଣିରେ ପଡ଼ିଛି। ୨୦୧୬ରୁ ୨୦ ମଧ୍ୟରେ ସମବାୟ ବିଭାଗ ୨୦ଟି ଏଟିଏମ୍‌ କିଣିଥିଲା। ୨୦ଟି ଭ୍ରାମ୍ୟମାଣ ଏଟିଏମ୍‌ ପାଇଁ ୨୦ କୋଟି ୬୯ ଲକ୍ଷ ଖର୍ଚ୍ଚ ହୋଇଥିଲା। ଇଣ୍ଟରନେଟ୍‌ ସମସ୍ୟା ଓ କର୍ମଚାରୀ ନିୟୋଜନ ଅଭାବରୁ ଏଟିଏମ୍‌ ଠପ୍‌ ହୋଇଛି। କିଣା ଯାଇଥିବା ଏଟିଏମ୍‌ କାମରେ ନଲାଗିବାରୁ ୮ କୋଟି ୬୯ ଲକ୍ଷ ଗୋଲ୍‌ ହୋଇଛି।

Leave a Reply

Your email address will not be published. Required fields are marked *