ତିନୋଟି ରାଜ୍ୟରେ ହେବାକୁ ଥିବା ଉପ ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି । ଏକାଧିକ ରାଜନୀତିକ ଦଳର ଅନୁରୋଧକ୍ରମେ ଆଜି ଭାରତୀୟ ନିର୍ବାଚନ କମିଶନ କେରଳ, ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୪ଟି ବଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନ ତାରିଖ ବଦଳାଇ ଦେଇଛନ୍ତି। ଉତ୍ସବ ଯୋଗୁ କମ ମତଦାନ ହେବା ଆଶଙ୍କାରେ ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି । ନଭେମ୍ବର ୧୩ ବଦଳରେ ନଭେମ୍ବର ୨୦ରେ ଉପ ନିର୍ବାଚନ ହେବ ବୋଲି ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ମୁଖ୍ୟ ରାଜୀବ କୁମାର । ଏହା ସହ ସେ କହିଛନ୍ତି ଭୋଟିଂ ତାରିଖ ପରିବର୍ତ୍ତନ କରାଯାଇଛି କିନ୍ତୁ ଭୋଟ ଗଣତି ଓ ରେଜଲ୍ଟ ପ୍ରକାଶ ତାରିଖ ଅପରିବର୍ତ୍ତିତ ରହିଛି। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନଭେମ୍ବର ୧୩ ଏବଂ ୨୦ରେ ବିଧାନସଭା ପାଇଁ ମତଦାନ ହେବ । ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ । ସୂଚନଯୋଗ୍ୟ; ଉତ୍ତରପ୍ରଦେଶର ୧୦ ଟି ଖାଲି ସିଟ୍ ମଧ୍ୟରୁ ୯ଟି ଆସନରେ ନିର୍ବାଚନ ହେବାକୁ ଥିବାବେଳେ ପଞ୍ଜାବରେ ଉପ-ନିର୍ବାଚନ ସମୟରେ ୪ ଟି ବିଧାନସଭା ଆସନରେ ଭୋଟ୍ ହେବ । ଏହା ବ୍ୟତୀତ ୱାୟାନାଡ ଲୋକସଭା ଆସନ ବ୍ୟତୀତ କେରଳର ୧ଟି ବିଧାନସଭା ଆସନ ପାଇଁ ନଭେମ୍ବର ୨୦ରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। Post navigation ନଭେମ୍ବର ୨୧ରୁ ଆରମ୍ଭ ହେବ ଧାନ କିଣା ଓଡିଶାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ୬ଟି ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ