ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ମାଲିକ ସଂଘ ପକ୍ଷରୁ ଆଜି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ଡାକରା ଦିଆଯାଇଥିଲା । ଧର୍ମଘଟ ଯୋଗୁଁ କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ବସ୍ ଚଳାଚଳ ପ୍ରଭାବିତ ହୋଇଥାନ୍ତା। ତେବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ବ୍ରହ୍ମପୁରରେ ଘରୋଇ ବସ୍ ମାଲିକ ସଂଘକୁ ଏକ ବୈଠକ ଡକାଇ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି। ତେବେ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ ଧାରଣା ନିଷ୍ପତ୍ତିରୁ ଓହରିଛି। ତେବେ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଧର୍ମଘଟ ଡାକରା ଦେଇଥିଲେ ମାଲିକ ସଂଘ। Post navigation ଓଡ଼ିଶା-ଆନ୍ଧ୍ର ସୀମାରେ ଫଳ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କଲା ଡିଆରଆଇ ହରିୟାଣା ବଢ଼ାଇପାରେ ଧର୍ମେନ୍ଦ୍ରଙ୍କ ଚିନ୍ତା