ଭୀଷଣ ବାତ୍ୟାର ରୂପ ନେଲା ‘ଦାନା’ । ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡକୁ ମାଡିଆସୁଛି ଦାନା। ପାରାଦୀପଠାରୁ ୨୮୦ ଓ ଧାମରାଠାରୁ ୩୧୦କିମି ଦକ୍ଷିଣ-ପୂର୍ବ ଦିଗରେ ଭୀଷଣ ବାତ୍ୟା ରହିଛି । ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡି ଆସୁଛି । ଏହା ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବ। ଏହି ସବୁକୁ ଦୃଷ୍ଟିରେ ରଖି ବାଲେଶ୍ୱରରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି।ବାଲେଶ୍ୱରରୁ ଚନ୍ଦନେଶ୍ୱର ଓ ଭୁବନେଶ୍ୱରକୁ ବସ୍ ଚଳାଚଳ ବନ୍ଦ ରଖାଯାଇଛି। ବାତ୍ୟା ସମୟରେ ଏହି ସବୁ ରୁଟ୍ରେ ବସ୍ ଚାଲିବ ନାହିଁ। ବସ୍ ବନ୍ଦ ନେଇ ଘରୋଇ ବସ୍ ମାଲିକ ସଂଘର ସୂଚନା ଦେଇଛି। ବାତ୍ୟା ସମୟରେ ଯେପରି କୌଣସି ଅଘଟଣ ନଘଟେ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଘରୋଇ ବସ୍ ମାଲିକ ସଂଘ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। Post navigation ମାଡିଆସୁଛି ସାମୁଦ୍ରିକ ଝଡ ‘ଦାନା’, ପାରାଦୀପରୁ ୨୮୦ କିମି ଦୂରରେ ବାତ୍ୟା ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିପାରେ ବାତ୍ୟା “ଦାନା”