ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌ । ମାଲକାନଗିରିର ବିଜାଘାଟିରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା । ଆଜି ସକାଳେ ହାଇଦ୍ରାବାଦରୁ ବଲାଙ୍ଗୀର ଯାତ୍ରୀଙ୍କୁ ଧରି ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଚାପିହୋଇ ରହିଥିବା ସୂଚନା । ସ୍ଥାନୀୟ ଲୋକ ଦ୍ବାରା ବସ୍‌ରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରୁଥିବା ବେଳେ ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛି।

 

Leave a Reply

Your email address will not be published. Required fields are marked *