ଏମ୍‌‌କେସିଜି ପରିସରରେ ଖୁବଶୀଘ୍ର ବର୍ଣ୍ଣ କେୟାର ୟୁନିଟ୍‌‌ ସ୍ଥାପନ ହେବାକୁ ଯାଉଚି। ସ୍ୱାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ହେଉଛି ବ୍ରହ୍ମପୁର। ଏଠାରେ ଥିବା ଏମ୍‌‌କେସିଜି (ମହାରାଜା କୃଷ୍ଣଚନ୍ଦ୍ର ଗଜପତି) ମେଡିକାଲ୍‌‌ କଲେଜ ଓ ହସ୍ପିଟାଲ୍‌‌ ଓଡ଼ିଶାବାସୀଙ୍କ ପାଇଁ ସଞ୍ଜିବନୀ ସାବ୍ୟସ୍ତ ହୋଇଛି। ଆଜି ସେହି ଏମ୍‌କେସିଜି ପରିଦର୍ଶନ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଏମ୍‌କେସିଜିରେ ଖୁବଶୀଘ୍ର ହେବ ବର୍ଣ୍ଣ ୟୁନିଟ୍‌। ଫଳରେ ଦକ୍ଷିଣ ଓଡ଼ିଶାର ଅନେକ ଜଳାପଡ଼ା ରୋଗୀଙ୍କୁ ଏଠାରେ ଉତ୍ତମ ଚିକିତ୍ସା ମିଳିବ। ଗୁରୁତର ରୋଗୀଙ୍କୁ ଅନାତ୍ର ମେଡିକାଲ୍‌‌କୁ ଯିବାକୁ ପଡ଼ିବ ନାହିଁ।

Leave a Reply

Your email address will not be published. Required fields are marked *