କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ କୁ ସ୍ୱାଗତ କରିଛନ୍ତି । ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହେବା ପରେ ରେଳ ବଜେଟ୍ ଘୋଷଣା କରାଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୋଟ ୨.୫୨ ଲକ୍ଷ କୋଟି ଟଙ୍କାର ରେଳ ବଜେଟ୍ ଘୋଷଣା କରିଛନ୍ତି । ପ୍ରାୟ ୧୦୦ଟି ନୂଆ ଅମୃତ ଭାରତ ଟ୍ରେନ ନିର୍ମାଣ ଲାଗି ବଜେଟରେ ବ୍ୟବସ୍ଥା କରାଯାଇଛି । କେବଳ ସେତିକି ନୁହେଁ ୫୦ଟି ନମୋ ଭାରତ ଟ୍ରେନ ଏବଂ ସ୍ଲିପର ଓ ଚେୟାର କାର ସଂସ୍କରଣ ସହିତ ୨୦୦ ବନ୍ଦେ ଭାରତ ଟ୍ରେନ ଏବଂ ଆଉ ୧୦୦୦ ବ୍ରିଜ୍ ଏବଂ ଅଣ୍ଡର ପାସ୍ ନିର୍ମାଣ କରାଯିବ ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି । Post navigation ବଜେଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ନବୀନ ଟେକ୍ କମ୍ପାନୀରେ ଇଡି ଚଢାଉ ବେଳେ ହେଲା ଚେୟାରମ୍ୟାନ୍ଙ୍କ ମୃତ୍ୟୁ