କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ବଳରାମପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ ନିଆଁଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୧୧ ବର୍ଷୀୟା ଝିଅ ସହ ୯ ବର୍ଷ ବାଳକର ମୃତ୍ୟୁ ସୂଚନା ମିଳିଛି। ଘରେ କେମିତି ନିଆଁ ଲାଗିଲା ଜଣାପଡ଼ିନାହିଁ। ବାପା ମା’ ବାହାରେ କୌଣସି କାମ କରୁଥିବା ବେଳେ ଭାଇଭଉଣୀ ଘରେ ଥିଲେ।
ଭାଇଭଉଣୀଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା। ସେତେବେଳକୁ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଘଟଣାକୁ ନେଇ ଗ୍ରମରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *