ଓଡ଼ିଶା ଫେରିଲେ ଅଲିମ୍ପିକ୍ସ ହକି ବ୍ରୋଞ୍ଜ ପଦକ ବିଜେତା ଓଡ଼ିଆ ପୁଅ ଅମିତ ରୋହିଦାସ। ଭୁବନେଶ୍ବର ବିମାନବଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ପାଇଁ ଏୟାରପୋର୍ଟ ପରିସରରେ ଲୋକଙ୍କ ଭିଡ଼ ଜମିଛି। । ପରିବାର ଲୋକ ଓ ଶୁଭେଛୁମାନେ ଅପେକ୍ଷା କରି ରହିଥିଲେ। ତାଙ୍କର ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ପରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବାର କାର୍ଯ୍ୟକ୍ରମ କରହିଛି।

ଅମିତ ରୋହିଦାସ ଅଲିମ୍ପିକ୍ସରେ କ୍ରମାଗତ ବ୍ରୋଞ୍ଜ ପଦକ ଜିତି ଦେଶ ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ବ୍ରୋଞ୍ଜ ଜିତିଥିଲେ। ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ସଫଳତାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଗ୍ରେଟ ବ୍ରିଟେନ୍ ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚରେ ରେଡ୍ କାର୍ଡ ପାଇବାରୁ ଗୋଟିଏ ମ୍ୟାଚରୁ ନିଲମ୍ବିତ ହୋଇଥିଲେ, ଯେଉଁଥିପାଇଁ ସେମିଫାଇନାଲରେ ଖେଳିପାରିନଥିଲେ।

By Nirvay

Leave a Reply

Your email address will not be published. Required fields are marked *