ଲଘୁଚାପ ପ୍ରଭାବରେ ସପ୍ତାହେ ହେଲା ଲଗାଣ ବର୍ଷା ଜାରି ରହିଛି । ଫଳରେ ଅଧା ଓଡ଼ିଶାର ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଲଘୁଚାପ ଜନିତ ଅଦିନିଆ ଲଗାଣ ବର୍ଷାରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ, କୃଷ୍ଣପ୍ରସାଦ ବ୍ଳକରେ ଚିନାବାଦାମ ଫସଲର ବ୍ୟାପକ କ୍ଷୟକ୍ଷତି କୁ ନେଇ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସାକ୍ଷାତ କରି ଫସଲ କ୍ଷୟକ୍ଷତି ବିଷୟ ଉପସ୍ଥାପନ କରିବା ସହ କ୍ଷତି ହୋଇଥିବା ଫସଲର ଯଥାଶୀଘ୍ର ଆକଳନ କରି ଚାଷୀ ମାନଙ୍କୁ ଉଚିତ୍ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅନୁରୋଧ କରିଥିଲେ । Post navigation ଶଙ୍ଖ ଭବନରେ ବିଜେଡି ନେତ୍ରୀଙ୍କ ହାତାହାତି; ମୁଖପାତ୍ର ଇପ୍ସିତା ସାହୁଙ୍କୁ ମାଡ଼ ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ