ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ । ସୁପ୍ରିମକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ବିଆର୍ ଗଭାଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି । ବର୍ତ୍ତମାନର ମୁଖ୍ୟ ବିଚାରପତି ବି ଆର ଗଭାଇଙ୍କ କାର୍ଯ୍ୟକାଳ ନଭେମ୍ବର ୨୩ ତାରିଖରେ ଶେଷ ହେଉଛି । ଏହା ପରେ ନଭେମ୍ବର ୨୪ରେ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସୂର୍ଯ୍ୟକାନ୍ତ । ଜଷ୍ଟିସ ସୂର୍ଯ୍ୟକାନ୍ତ ବର୍ତ୍ତମାନ ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି। ଯଦି ସେ ସିଜେଆଇ ହୁଅନ୍ତି, ତେବେ ସେ ଭାରତର ୫୩ ତମ ମୁଖ୍ୟ ବିଚାରପତି ହେବେ। ନିଯୁକ୍ତି ପ୍ରକ୍ରିୟା ସମାପ୍ତ ହେବା ପରେ, ଜଷ୍ଟିସ ସୂର୍ଯ୍ୟକାନ୍ତ ନଭେମ୍ବର ୨୪ ରେ ଭାରତର ୫୩ ତମ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେ ୯ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ହରିୟାଣାର ହିସାରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ତାଙ୍କ ବାପା ଜଣେ ଶିକ୍ଷକ ଥିଲେ। ଗାଁ ସ୍କୁଲରେ ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ। ୧୯୮୧ ରେ ସରକାରୀ ପୋଷ୍ଟ ଗ୍ରାଜୁଏଟ୍ କଲେଜ, ହିସାରରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ୧୯୮୪ ରେ ମହର୍ଷି ଦୟାନନ୍ଦ ବିଶ୍ବବିଦ୍ୟାଳୟ ରୋହତକରୁ ଲ’ଡିଗ୍ରୀ ଶେଷ କରିଥିଲା। ସେ ହିମାଚଳ ପ୍ରଦେଶ ହାଇକୋର୍ଟ ମଧ୍ୟ ମୁଖ୍ୟ ବିଚାରପତି ଥିଲା। ହରିୟାଣାରୁ ଆସିଥିବା ବିଚାରପତି ସୂର୍ଯ୍ୟକାନ୍ତ ୧୯୮୧ ମସିହାରେ ହିସାରର ସରକାରୀ ପୋଷ୍ଟ ଗ୍ରାଜୁଏଟ୍ କଲେଜରୁ ସ୍ନାତକ ହାସଲ କରିଥିଲେ । ସେ ୧୯୮୪ ମସିହାରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ହିସାର ଜିଲ୍ଲା କୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ । ୧୯୮୫ ମସିହାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଅଭ୍ୟାସ କରିଥିଲେ । ଏହା ପରେ ମାର୍ଚ୍ଚ ୨୦୦୧, ରେ ବରିଷ୍ଠ ଓକିଲ ଭାବରେ ମନୋନୀତ କରାଯାଇଥିଲା । ଏହା ସହିତ ସେ ହରିୟାଣାର ଆଡଭୋକେଟ୍ ଜେନେରାଲ ଭାବେ ନିଯୁକ୍ତ ହୋଇଥିଲେ । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ୭ ଜୁଲାଇ ୨୦୦୦ ରେ ହରିୟାଣାର ସର୍ବକନିଷ୍ଠ ଆଡଭୋକେଟ୍ ଜେନେରାଲ ଭାବରେ ନିଯୁକ୍ତ ହେବାର ଗୌରବ ଅର୍ଜନ କରିଥିଲେ । ଜାନୁଆରୀ ୯, ୨୦୦୪ରେ ସୂର୍ଯ୍ୟକାନ୍ତ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ପଦୋନ୍ନତି ପାଇଥିଲେ । ଫେବୃଆରୀ ୨୩, ୨୦୦୭ରେ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ଜାତୀୟ ଆଇନ ସେବା ପ୍ରାଧିକରଣର ପରିଚାଳନା ପରିଷଦର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ଫେବୃଆରୀ ୨୨, ୨୦୧୧ରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା। ସେହିପରି ଅକ୍ଟୋବର ୫, ୨୦୧୮ରେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ ଗ୍ରହଣ କରିଥିଲେ ଏବଂ ମେ ୨୪, ୨୦୧୯ରେ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଥିଲେ । ସେ ବର୍ତ୍ତମାନ ସୁପ୍ରିମକୋର୍ଟ ଆଇନ ସେବା କମିଟିର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। Post navigation Cyclone Montha: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମୋନ୍ଥା Shreyas Iyer ICU: ଆଇସିୟୁରେ ଭର୍ତ୍ତି ହେଲେ ଭାରତୀୟ ଟିମର ଉପ ଅଧିନାୟକ ଶ୍ରେୟସ ଆୟର