ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ। ବୌଦ୍ଧ ଏମଭିଆଇ ଗୋଲାପ ହାଁସଦାଙ୍କୁ ଗିରଫ କଲା ଭିଜିଲାନ୍ସ । ଗୋଲାପଙ୍କ ନିକଟରୁ ୪୪ ପ୍ଲଟ୍‌, ବିଲ୍ଡିଂ, ୧ କେଜି ସୁନା ସହ  ନଗଦ ୨.୩୮ ଲକ୍ଷ ଟଙ୍କା ଓ ୫୦ ଲକ୍ଷ ବ୍ୟାଙ୍କ ଜମା ଠାବ ହୋଇଛି । ଏହା ସହ ଝିଅର ପାଠପଢ଼ାରେ ଖର୍ଚ୍ଚ କରିଛନ୍ତି ୪୪ ଲକ୍ଷ ଟଙ୍କା । ଏହା ସହିତ ଗୋଟିଏ ଚାରି ଚକିଆ ଗାଡ଼ି ଏବଂ ତିନୋଟି ଦୁଇ ଚକିଆ ଗାଡ଼ି ମଧ୍ୟ ମିଳିଛି ।

ସୂଚନା ଯୋଗ୍ୟ; ବୌଦ୍ଧ ଜିଲ୍ଲା ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା । ଗୋଲାପ ଚନ୍ଦ୍ରଙ୍କର ମୟୁରଭଞ୍ଜ ଜିଲ୍ଲା ବାରିପଦା ପ୍ରଫୁଲ୍ଲ ନଗରରେ ଥିବା ବାସଭବନ ଓ ଗୁଡ଼ିଡିହରେ ଥିବା ପୈତୃକ ଘର, ବୌଦ୍ଧରେ ଥିବା ବାସଭବନ ଓ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ପାଣ୍ଡରାରେ ଥିବା ଝିଅ ଘରେ ଚଢ଼ଉ ହୋଇଥିଲା ।

୧୯୯୧ ମସିହାରେ ଡିଆଇସି ସମ୍ବଲପୁର କାର୍ଯ୍ୟାଳୟରେ ଶିଳ୍ପ ପ୍ରୋତ୍ସାହନ ଅଧିକାରୀ (ଇଣ୍ଡଷ୍ଟ୍ରିଆଲ୍‌ ପ୍ରମୋସନ୍ ଅଫିସର) ଭାବେ ସରକାରୀ ଚାକିରିରେ ଯୋଗଦାନ କରିଥିବା ଗୋଲାପ ହାଁସଦା ପରବର୍ତ୍ତୀ ସମୟରେ ୨୦୦୩ ମସିହାରେ କନିଷ୍ଠ ମୋଟରଯାନ ନିରୀକ୍ଷକ ଓ ୨୦୨୦ରେ ଏମ୍‌ଭିଆଇ ଭାବେ ପଦୋନ୍ନତି ପାଇଥିଲେ। ଏବେ ତାଙ୍କର ମାସିକ ଦରମା ୧ ଲକ୍ଷ ୮ ହଜାର ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *