ଅସହ୍ୟ ତାତିରେ କଲବଲ ହେଉଛି ରାଜ୍ୟ । ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ଗ୍ରୀଷ୍ମଲହରୀ । ଆଜି ସିଭିୟର ହିଟୱେଭ ସହ ୱାର୍ମ ନାଇଟ ପାଇଁ ୫ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଭୀଷଣ ଗ୍ରୀଷ୍ମଲହରୀ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ପୁଣି ତାତିରେ ରେକର୍ଡ କରିଛି ବୌଦ୍ଧ । ଲଗାତାର ଦ୍ବିତୀୟ ଦିନରେ ବୌଦ୍ଧ ପାଲଟିଛି ଦେଶର ସବୁଠୁ ଉତ୍ତପ୍ତ ସହର। । ଗତକାଲି ୪୨.୫ ଡିଗ୍ରୀ ସେଲସିଅସ୍ ଥିଲା ତାପମାତ୍ରା। ଆଜି ୪୩.୬ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି। ୪୨ ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଛି ଦେଶର ଦ୍ବିତୀୟ ଉତ୍ତପ୍ତ ସହର। ଅନ୍ୟପଟେ ୧୯ ତାରିଖରୁ ପାଗ ବଦଳିବ। ପଶ୍ଚିମ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା, ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୨୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। Post navigation ଯାତ୍ରା ସମୟରେ ଛାତ୍ରଛାତ୍ରୀଙ୍କୁ ଭଡା ପାଇଁ ମିଳିବ ୫୦ ପ୍ରତିଶତ ରିହାତି