ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଛି ଧମକ । ସମ୍ବଲପୁର, କଟକ, ଦେବଗଡ଼ ଆଦି ଜିଲ୍ଲା କୋର୍ଟକୁ ଇ-ମେଲ ଯୋଗେ ଆସିଛି ବୋମା ଧମକ । ଯାହାକୁ ନେଇ ପୋଲିସ ପ୍ରଶାସନ ସତର୍କ ହେବା ସହ ତଲାସୀ ଅଭିଯାନ ଚଳାଇଛି ।

ଇମେଲ୍ ଆସିବା ପରେ କୋର୍ଟ ପରିସରକୁ ଖାଲି କରାଯାଇଛି । ସୁରକ୍ଷା ସଂସ୍ଥାଗୁଡ଼ିକୁ ସତର୍କ କରାଯାଇଥିବା ବେଳେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। କୋର୍ଟ ପରିସରରେ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ପହଞ୍ଚି ଯାଞ୍ଚ କରୁଛନ୍ତି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ସମସ୍ତ ସମ୍ପୃକ୍ତ ସ୍ଥାନରେ ପୋଲିସ ଯାଞ୍ଚ ଏବଂ ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଜନସାଧାରଣଙ୍କୁ ଭୟଭୀତ ନ ହେବାକୁ ଏବଂ ସୁରକ୍ଷା ବଜାୟ ରଖିବା ଏବଂ ତଦନ୍ତରେ ସହାୟତା କରିବାରେ ପୋଲିସକୁ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

କଟକରେ ହାଇକୋର୍ଟକୁ ମଧ୍ଯ ଯାଞ୍ଚ କରାଯାଉଛି । ହାଇକୋର୍ଟ ମଧ୍ୟ ଖାଲି କରାଯାଇଛି । ବୋମାଟି ଦିନ ୨ଟା ୪୫ରେ ଫୁଟିବା ନେଇ ମେଲରେ ସୂଚନା ଆସିଛି । ସେହିପରି ଦେବଗଡ଼ ଜିଲ୍ଲା ନ୍ୟାୟଳୟରେ ୩ଟି ଆର୍ଡିଏକ୍ସ ଥିବା ମେଲ୍ ଆସିଛି ।

ଅନ୍ୟପଟେ ସମ୍ବଲପୁର, କଟକ, ଦେବଗଡ଼ କୋର୍ଟକୁ ବୋମା ଧମକକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ । ଏହା ସହ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ACSଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ସମ୍ପୃକ୍ତ ଅପରାଧୀଙ୍କୁ ଖୋଜି ବାହାର କରିବା ପାଇଁ ଦେଲେ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିବାକୁ କଡ଼ା ନିର୍ଦ୍ଦେଶ । ଏଥିସହିତ ଆଜି ସନ୍ଧ୍ୟାରେ ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଲେ । ଧନଜୀବନର ସୁରକ୍ଷା କ୍ଷେତ୍ରରେ କୋହଳ ମନୋଭାବ ପୋଷଣ କରାଯିବନି ।

ସୂଚନା ଯୋଗ୍ୟ; ଇମେଲ୍ ମାଧ୍ୟମରେ ଜିଲ୍ଲା ଅଦାଲତ ଗୁଡ଼ିକୁ ଏକ ବେନାମୀ ଇମେଲ୍ ମାଧ୍ୟମରେ ଧମକପୂର୍ଣ୍ଣ ମେଲ ମିଳିଥିଲା । ଏହା ଜଣାପଡ଼ିବା ପରେ କୋର୍ଟ କର୍ତ୍ତୃପକ୍ଷ ତୁରନ୍ତ ସ୍ଥାନୀୟ ପୋଲିସକୁ ଜଣାଇଥିଲେ। ଏହା ସହ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ କୋର୍ଟ ବନ୍ଦ କରାଯାଇଥିଲା । କାର୍ଯ୍ୟ ବନ୍ଦ ସହ ପରିସର ଛାଡିବାକୁ ନିର୍ଦ୍ଦେଶ । ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରିଥିଲେ

ଖବର ପାଇ ପୋଲିସ ଟିମ୍, ବୋମା ନିଷ୍କ୍ରିୟକାରୀ ଦଳ (Bomb Disposal Squad) ଏବଂ ସ୍ନିଫର୍ ଡଗ୍ (Dog Squad) କୋର୍ଟ ପରିସରରେ ପହଞ୍ଚି ଛାନବିନ୍ ଆରମ୍ଭ କରିଛନ୍ତି । ପୂରା କୋର୍ଟ ବିଲ୍ଡିଂକୁ ଖାଲି କରିଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ କୋର୍ଟର ସମସ୍ତ କାର୍ଯ୍ୟକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଛି । କୋର୍ଟ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ଇମେଲକୁ କିଏ ପଠାଇଛି ଓ କେଉଁଠାରୁ ଆସିଛି ତାର ଖୋଳତାଡ଼ କରୁଛି ସାଇବର ଟିମ୍ ।

Leave a Reply

Your email address will not be published. Required fields are marked *