ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ବୋମା ଧମକ ମିଳିଛି। ଗତ କିଛି ଦିନ ହେବ ଦେଶରେ ବିମାନ ଓ ସ୍କୁଲଉପରେ ବୋମା ମାଡ଼ ପାଇଁ ଅନେକ ଧମକପୂର୍ଣ୍ଣ କଲ୍ ଓ ମେଲ୍ ଆସୁଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅଫିସିଆଲ ୱେବସାଇଟରେ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ଏହି ଧମକପୂର୍ଣ୍ଣ ଇ-ମେଲକୁ ଗୁରୁବାର ଅପରାହ୍ନରେ ଆରବିଆଇର ଅଫିସିଆଲ ୱେବସାଇଟରେ ପଠାଯାଇଛି । ଶୁକ୍ରବାର ସକାଳେ ଏହା ବିଷୟରେ ସୂଚନା ଆସିଥିଲା । ଇ-ମେଲରେ ରିଜର୍ଭ ବ୍ୟାଙ୍କକୁ ଉଡ଼ାଇବା ପାଇଁ ଋଷୀୟ ଭାଷାରେ ଧମକ ଆସିଛି । ରିଜର୍ଭ ବ୍ୟାଙ୍କ ଉପରେ ବୋମାମାଡ଼ ଧମକ ନେଇ ମାତା ରମାବାଇ ମାର୍ଗ (ଏମଆରଏ ମାର୍ଗ) ଥାନାରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ଅନ୍ୟପଟେ ଗତ ମାସରେ ମଧ୍ୟ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡାଇଦେବାକୁ ଧମକ ଆସିଥିଲା । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର କଷ୍ଟମର କେୟାର ନମ୍ବରକୁ ଏକ ଫୋନ କଲ ଆସିଥିଲା । ଧମକ ଦେଉଥିବା ବ୍ୟକ୍ତି ନିଜକୁ ଲଶ୍କର-ଇ-ତାଇବା ର ସିଇଓ ବୋଲି ପରିଚୟ ଦେଇଥିଲେ।

Leave a Reply

Your email address will not be published. Required fields are marked *