C.H.C, ବଇପାରିଗୁଡା, ଜିଲ୍ଲା-କୋରାପୁଟ ର ମେଡିକାଲ୍ ଅଫିସର ଇନ୍-ଚାର୍ଜ ଡକ୍ଟର ବିଶ୍ୱଜିତ୍ ଭୂୟାଁ ଏବଂ ଜିଲ୍ଲା-କୋରାପୁଟ ଅଧୀନରେ ଥିବା ଜାତୀୟ ସ୍ୱାସ୍ଥ୍ଯ ମିଶନ (NHM) ର ଫାର୍ମାସିସ୍ଟ୍ ଉତ୍ତମ ମାହାଙ୍କୁଡ଼ କୁ ଆଜି ୮ ତାରିଖ ରେ , କିଛି ସମୟ ପୂର୍ବରୁ ଭିଜିଗିଲାନ୍ସ ଦ୍ୱାରା ଗିରଫ କରାଯାଇଛି | ଅଭିଯୋଗ ଅନୁଯାୟୀ CHC ର ଜଣେ ମହିଳା ମେଡିକାଲ କର୍ମଚାରୀ ଙ୍କ ଠାରୁ ଏରିଅର ଟଙ୍କା ଉଠାଇବା ପାଇଁ ଦୁଇ ଅଭିଯୁକ୍ତ ୪୦୦୦୦ ଟଙ୍କା ଲାଞ୍ଚ ନେଇଥିଲେ | ଅଭିଯୋଗ ପରେ ଭିଜିଲାନ୍ସ ଦୁଇ ଅଭିଯୁକ୍ତ ଙ୍କ ଠାରୁ ଲାଞ୍ଚ ନେଇଥିବା ଟଙ୍କା ଜବତ କରି ଗିରଫ କରିଛି |

ଏହା ସହ ଭିଜିଲାନ୍ସ ଡ଼ ଭୂୟାଁ ଙ୍କ ୩ଟି ସ୍ଥାନ ଓ ଫାର୍ମାସିଷ୍ଟ ମହାଙ୍କୁଡ଼ ଙ୍କ ଗୋଟିଏ ସ୍ଥାନ ରେ ଚଢ଼ାଉ କରିଛି |ଏନେଇ ଭିଜିଲାନ୍ସ ୭/୧୨ ପି.ସି ,୨୦୧୮ ଅନୁଯାୟୀ ଅଭିଯୁକ୍ତ ଙ୍କ ଉପରେ ମାମଲା ରୁଜୁ କରିଛି | ଏହାପରେ ଭିଜିଲାନ୍ସ ଦ୍ୱାରା ଅଧିକ ତନାଘନା ଚାଲିଛି | ପୂର୍ବ ରୁ ଡାକ୍ତର ଭୂୟାଁ ମେଡିକାଲ ଯାନବାହାନ ର ଦୁରୁପଯୋଗ କରିବା ନେଇ ଅଭିଯୋଗ ହେଇଥିଲା |

Leave a Reply

Your email address will not be published. Required fields are marked *