ଭିଜିଲାନ୍ସ ଜାଲରେ ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ବିଏମସି ଅଫିସ୍‌ ସମେତ ଭୁବନେଶ୍ବର ଘରେ ଚଢାଉ ଜାରି ରହିଛି। ଭୁବନେଶ୍ବର, ଖୋର୍ଦ୍ଧା ଓ ରାୟଗଡରେ ଚାଲିଛି ଚଢାଉ । ଭୁବନେଶ୍ୱର , ଗୁଣପୁରର ୪ଟି ସ୍ଥାନରେ ଏକା ସାଙ୍ଗରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ବରଗଡରେ ଥିବା ତିନି ମହଲା କୋଠା, ବାଲି ଅନ୍ତା ତହସିଲର ରଣପୁରରେ ଥିବା ଗୋଟିଏ ଫାର୍ମ ହାଉସ, ଭୁବନେଶ୍ୱର ବିଏମସି କାଯ୍ୟାଳୟରେ ଥିବା ତାଙ୍କ ଚାମ୍ବର , ରାୟଗଡା ଗୁଣପୁରରେ ଥିବା ପୈତୃକ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ ।

ଚଢ଼ାଉ ବେଳେ ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ବିପୁଳ ସଂପତ୍ତି ଠାବ ହୋଇଛି । ମୋଟ୍ ୩ଟି ଦାମୀ ପ୍ଲଟ୍‌ ଠାବ ହୋଇଥିବା ବେଳେ ଭୁବନେଶ୍ବରରେ ଅଛି ୨ଟି । ଭୁବନେଶ୍ବରରେ ୩ ମହଲା କୋଠା ସହ ଦେଢ଼ ଏକର ଜମିର ଫାର୍ମ ହାଉସ୍ ଠାବ ହୋଇଛି । ଗୋଟିଏ ମାଛ ପୋଖରୀ ସହ କୁକୁଡ଼ା ଫାର୍ମ ମଧ୍ୟ ରହିଥିବା ଜଣାପଡିଛି। ଏହା ସହ ୨୦୦ ଗ୍ରାମ୍‌ ସୁନା ସହ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ ହୋଇଛି ।

ସୂଚନା ଯୋଗ୍ୟ; ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଜଗନ୍ନାଥ ପଟ୍ଟନାୟକଙ୍କ ସମ୍ପର୍କୀୟ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି। ଭିଜିଲାନ୍ସର ୬ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କାର୍ଯ୍ୟ ଚାଲିଛି ।

Leave a Reply

Your email address will not be published. Required fields are marked *