ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ପୋରେଟର ଥିବା ବନ୍ଦିତା ପାଲ ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରି ବିଜେପିରେ ଯୋଗ ହେଇଛନ୍ତି |।ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ବନ୍ଦିତା । ରାଜନୈତିକ ତଥା ବ୍ୟକ୍ତିଗତ କାରଣରୁ ବନ୍ଦିତା ପାଲ ବିଜେଡି ଛାଡ଼ିଥିବା ନେଇ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଥିଲେ ।

ସୂଚନାମୁତାବକ; ସ୍ବାଧୀନଭାବେ ବିଜୟୀ ହେବା ପରେ ସେ ବିଜେଡିରେ ସାମିଲ ହୋଇଥିଲେ। ଭୁବନେଶ୍ୱର ୩୭ ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଲ୍‌ ରାଜନୈତିକ ତଥା ବ୍ୟକ୍ତିଗତ କାରଣରୁ ବନ୍ଦିତା ପାଲ ବିଜେଡି ଛାଡ଼ିଥିବା ନେଇ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ତେବେ ସେ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିବା ବେଳେ ବିଜେଡ଼ି ଛାଡିବାର କିଛି ସମୟ ପରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *