ବିଏମସି ଓ ବିଡିଏ ପକ୍ଷରୁ ଆଜିଠାରୁ ପୁଣି ଅଭିଯୋଗର ଶୁଣାଣି ଆରମ୍ଭ ହୋଇଛି। ନିର୍ବାଚନ ଆଚରଣବିଧି ହଟିବା ପରେ ଅଭିଯୋଗର ଶୁଣାଣି ଆରମ୍ଭ ହୋଇଛି ।

ପ୍ରତି ସୋମବାର ଦିନ ୧୧ଟାରୁ ୧ଟା ୩୦ ମଧ୍ୟରେ ଶୁଣାଣି ହେବ ବୋଲି ନିଷ୍ପତ୍ତି ହୋଇଛି । ଅନ୍ୟପଟେ ସମସ୍ତ ସମାଧାନ ପାଇଁ ଉଦ୍ୟମ ଚାଲିଛି ବୋଲି ବିଏମସି କମିଶନର କହିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଶୁଣାଣି ସ୍ଥଗିତ ରହିଥିଲା। ଆଜିଠାରୁ ପୁଣିଥରେ ଅଭିଯୋଗର ଶୁଣାଣି ଆରମ୍ଭ ହୋଇଛି। ଅଭିଯୋଗ ଦାଖଲ ପାଇଁ ପ୍ରବଳ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ବିଭିନ୍ନ ସମସ୍ୟାର ସମାଧାନ ଲାଗି ଉଦ୍ୟମ ଚାଲିଛି ।

ସେହିପରି ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ଖୋଲିଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରି ଜଣାଇବାକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସକାଳୁ ସକାଳୁ ଶହ ଶହ ଲୋକ ଆସି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭିଡ ଜମାଇଛନ୍ତି ।

Leave a Reply

Your email address will not be published. Required fields are marked *