People walk amid the debris after a bomb blast at a railway station in Quetta, Pakistan November 9, 2024. REUTERS/Naseer Ahmed TPX IMAGES OF THE DAY

ଆଜି ପାକିସ୍ତାନର ବଲୁଚିସ୍ତାନରେଥିବା କ୍ୱେଟା ରେଳ ଷ୍ଟେସନରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ଘଟିବା ମାତ୍ରେ ରେଳ ଷ୍ଟେସନରେ ଧାଁ ଧୌଡ ଆରମ୍ଭ ହୋଇଯାଇଥିଲା । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ପୋଲିସ ଲୋକଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ;  କ୍ବେଟା ଷ୍ଟେସନରୁ ପେଶୱାର ଅଭିମୁଖେ ଏକ ଏକ୍ସପ୍ରେସ ଟ୍ରେନ ବାହାରିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଷ୍ଟେସନରେ ସ୍ୱାଭାବିକ ଭିଡ଼ ଯୋଗୁଁ ବହୁ ସଂଖ୍ୟାରେ କ୍ଷୟକ୍ଷତି ହୋଇଛି । ଖବର ପାଇଁ ବିସ୍ଫୋରଣ ସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। କ୍ୱେଟାର ସିଭିଲ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା ଏବଂ ଅତିରିକ୍ତ ଡାକ୍ତର ଏବଂ ସପୋର୍ଟ ଷ୍ଟାଫଙ୍କୁ ଡକାଯାଇଥିଲା।

ଅନ୍ୟପଟେ ଏହି  ଭୟଙ୍କର ବିସ୍ଫୋରଣ ଲାଗି ‘ବଲୁଚ ଲିବରେସନ ଆର୍ମି ’ନାମକ ସଙ୍ଗଠନ ନିଜକୁ ଦାୟୀ କରିଛି। ପାକିସ୍ତାନ ପୁଲିସ୍‌ ତଥା ସେନା ପକ୍ଷରୁ ଏହି ଘଟଣାର ଛାନଭିନ ଆରମ୍ଭ ହୋଇ ଯାଇଥିବା ବେଳେ ‘ବଲୁଚ ଲିବରେସନ ଆର୍ମି’ ଏଥିପାଇଁ ନିଜକୁ ଦାୟୀ କରିଛି। ପାକିସ୍ତାନ ସେନାକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିବା ସଙ୍ଗଠନ ପ୍ରବକ୍ତା କହିଛନ୍ତି।

Leave a Reply

Your email address will not be published. Required fields are marked *