ଆଗାମୀ ୫ବର୍ଷ ନୁହେଁ, ୨୫ ବର୍ଷ ପାଇଁ ଓଡ଼ିଶାରେ ବିଜେପି ସରକାର ଶାସନ କରିବା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହେଉଛି। ଆଜି ଏକଥା କହିଛନ୍ତି ବିଜେପି ସହପ୍ରଭାରୀ ଲତା ଉସେଣ୍ଡି।

ଆସନ୍ତା ୧୯ ତାରିଖରେ ପୁରୀରେ ବସିବ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ। ୧୯ ଓ ୨୦ ତାରିଖ ଦୁଇଦିନ ଧରି ବୈଠକ ବସିବାକୁ ଥିବାବେଳେ ଆଗାମୀ କାର୍ଯ୍ୟପନ୍ଥା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। ଏଥିପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓଡ଼ିଶା ଆସୁଛନ୍ତି। ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇ ଆଗାମୀ ରଣନୀତି ସ୍ଥିର ହେବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବ। ଜନତାଙ୍କ ସରକାର ହିସାବରେ ସେମାନେ ଯେମିତି ଚାହିଁବେ ସେମିତି ବିକାଶ ହେବ। ଜନସାଧାରଣଙ୍କ ମତାମତକୁ ପ୍ରାଧାନ୍ୟ ଦିଆଯିବ ବୋଲି ଲତା ଉସେଣ୍ଡି କହିଛନ୍ତି ।

Leave a Reply

Your email address will not be published. Required fields are marked *