BJP’s Grand Mishrana Parba in Nuapada
ଆଜି ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଜୋନ୍ ୭ ଆମାନାରା ଠାରେ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ବିଜେପି ପ୍ରତି ନିଜର ବିଶ୍ୱାସ ଓ ଆସ୍ଥା ପ୍ରକାଶ କରି ବିଜେଡି ଏବଂ କଂଗ୍ରେସ ଦଳ ର ଅନେକ ସରପଞ୍ଚ,ସମିତି ସଭ୍ୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଶତାଧିକ ସକ୍ରିୟ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି ।
 
ଏହି ଅବସରରେ ଓଡ଼ିଶା ସରକାର ଙ୍କ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ବିଧାୟିକା କୁସୁମ ଟେଟେ ଓ ଜୟଜଙ୍ଘା ମଣ୍ଡଳ ସଭାପତି ଗୋବିନ୍ଦ ଦଣ୍ଡସେନା ନୂତନ ଭାବେ ମିଶିଥିବା ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ବିଜେପି ପରିବାରକୁ ସ୍ୱାଗତ କରିଥିଲେ ।
 
ଏହି ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ଏହି ମିଶ୍ରଣ ପର୍ବ ନୂଆପଡ଼ାରେ ବିଜେପି ର ବିସ୍ତାର ଓ ଦଳର ଶକ୍ତି ବୃଦ୍ଧି ପାଇବାରେ ଏକ ମାଇଲଖୁଣ୍ଟ ହେବା ସହିତ ନୂଆପଡ଼ାର ବିକାଶରେ ଆପଣମାନେ ଗୁରୁ ଦାୟିତ୍ୱ ଗ୍ରହଣ କରିବେ ଏବଂ ନୂଆପଡା ବିଧାନସଭାର ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରିବାରେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

By Nirvay

Leave a Reply

Your email address will not be published. Required fields are marked *