ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଦଳର ୪୭ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଛି । ରାଜ୍ୟ ଉପସଭାପତି ଯତୀନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଦଳୀୟ ପତକା ଉତ୍ତୋଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ସମସ୍ତେ ମିଶି ଦଳର ଶକ୍ତିକୁ ଆହୁରି ସୁଦୃଢ଼ କରିବା ପାଇଁ ସଂକଳ୍ପ ନେଇଥିଲେ। ଏହି ଅବସରରେ ବିଜୟ ପାଲ ସିଂ ତୋମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ରାଷ୍ଟ୍ରବାଦୀ ବିଚାରକୁ ଆଧାର କରି ୧୯୮୦ ମସିହାରେ ଗଠନ ହୋଇଥିବା ଭାରତୀୟ ଜନତା ପାର୍ଟି ଆଜି ୪୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ଗର୍ବର ଦିନ । ବିଜେପି ସର୍ବଦା ‘ଆଗ ଦେଶ, ପରେ ପାର୍ଟି’ ଆଦର୍ଶକୁ ଆଗକୁ ନେଇ କାମ କରିଆସୁଛି ଏବଂ ଏହି ମୂଲ୍ୟବୋଧ ଦଳର ଶକ୍ତିର ମୂଳ ଭିତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୧୨ ବର୍ଷ ମଧ୍ୟରେ ବିଜେପି ଯଥେଷ୍ଟ ଅଗ୍ରଗତି କରିଛି ଏବଂ ଓଡ଼ିଶାରେ ଦଳ ଆହୁରି ଆଗକୁ ବଢ଼ିବ । ଭାରତୀୟ ଜନସଂଘର ନୀତି, ଆଦର୍ଶ, ବିଚାରଧାରା ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତ୍ୟାଗ, ତପସ୍ୟା ଓ ସାଧନାରୁ ଆରମ୍ଭ ହୋଇଥିବା ଏହି ପାର୍ଟି ପାଇଁ ଅନେକ କାର୍ଯ୍ୟକର୍ତ୍ତା ବଳିଦାନ ଦେଇଛନ୍ତି । ସେହିପରି ସେହିପରି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏହି ଅବସରରେ ଉପସ୍ଥିତ ରହି ଦଳର ଦୀର୍ଘ ୪୭ ବର୍ଷର ଯାତ୍ରାକୁ ସ୍ମରଣ କରି କହିଛନ୍ତି ବିଜେପି ଏକ କାର୍ଯ୍ୟକର୍ତା ଆଧାରିତ ଦଳ । ନିରନ୍ତର କାର୍ଯ୍ୟ ଜାରି ରଖିଲେ ସଫଳତା ନିଶ୍ଚୟ ମିଳିବ । ବିଜେପି ଏଭଳି ଏକ ଦଳ ଯେଉଁଠାରେ ଜଣେ ସାଧାରଣ କାର୍ଯ୍ୟକର୍ତା ଶୀର୍ଷରେ ପହଂଚିପାରନ୍ତି । ଆମ ଦଳର ପଂଚନିଷ୍ଠା ହେଉଛି ପ୍ରତ୍ୟେକ କାର୍ଯ୍ୟର ମୂଳ । ଆମ କାର୍ଯ୍ୟଧାରା, କାର୍ଯ୍ୟପଦ୍ଧତି, ଅନ୍ତ୍ୟୋଦୟକୁ ନେଇ ଆମେ ଆଗକୁ ବଢ଼ି ଚାଲିଛୁ । ପୂର୍ବଦ୍ୟୋୟରୁ ସ୍ୱର୍ଯ୍ୟୋଦୟ ହେବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ଆମ କାର୍ଯ୍ୟକର୍ତାଙ୍କ ଦ୍ୱାରା ହିଁ ପୂରଣ ହୋଇପାରିବ । Post navigation prestigious President’s Colour Award: ଓଡିଶା ପୋଲିସକୁ ମିଳିବ ପ୍ରେସିଡେଣ୍ଟ କଲର୍ ଆୱାର୍ଡ Vice Chancellors For 14 Universities: ରାଜ୍ୟର ୧୪ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ