ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଆସୁଥିବା ଧାରା ଅନୁଯାୟୀ ଉଭୟ ରାଜ୍ୟରେ ଶାସକ ଦଳ ସଂଖ୍ୟ‌ାଗରିଷ୍ଠତା ହାସଲ କରୁଛନ୍ତି। ଅରୁଣାଚଳ ପ୍ରଦେଶରେ ବିଜେପି ଏବଂ ଏନଡିଏ ୬୦ଟି ସିଟ୍ ମଧ୍ୟରୁ ୪୪ଟିରେ ଆଗୁଆ ରହିଛି। ସେହିଭଳି ସିକ୍କିମରେ ଶାସକ ଏସକେଏମ ଦଳ ୩୨ ଟି ସିଟ୍ ମଧ୍ୟରୁ ୩୧ ଟିରେ ଆଗୁଆ ରହିଛି।

ଅରୁଣାଚଳ ପ୍ରଦେଶରେ ବିଜେପି ପୂର୍ବରୁ ୧୦ ଟି ଆସନ ନିର୍ଦ୍ଵନ୍ଦରେ ଜିତିଥିବା ବେଳେ ୫୦ ଆସନ ପାଇଁ ନିର୍ବାଚନ ହୋଇଥିଲା। ଏଠାରେ ବିଜେପି ଏବଂ କଂଗ୍ରେସ ଦୁଇଟି ବଡ ଦଳ ଏବଂ ସେମାନଙ୍କ ମଧ୍ୟରେ ମୁକାବିଲା ହେଉଛି। ତେବେ ବିଜେପି ରାଜ୍ୟର ସମସ୍ତ ୬୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ କଂଗ୍ରେସ କେବଳ ୧୯ ଟି ଆସନରେ ପ୍ରାର୍ଥୀ ଦେଇଥିଲା।

ଅପରାହ୍ନରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ରାଜ୍ୟପାଳଙ୍କୁ ଭେଟିବେ। ଉଭୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନିଜ ନିଜ ଆସନ ଜିତିଛନ୍ତି। ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏବଂ ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନର ଦାବି ଉପସ୍ଥାପନ କରିବା ପ୍ରସ୍ତୁତି ଆରମ୍ଭ କରିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *